Advertisment

ପୁଲିସକୁ ଦେଖି ଛୁ ମାରିଲା ରାଜାର ଭାଉଜ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସକୁ ଦେଖି ଘରୁ ଛୁ’ ମାରିଛି ଡ୍ରଗ୍ସ ମାଫିଆ ସେକ ରାଜାର ଭାଉଜ ସନଓ୍ୱାର ବିବି। ତେଣୁ ଖାଲି ହାତରେ ରାଜାର ଭାଉଜ ସନଓ୍ୱାର ବିବିଙ୍କ ବାଲେଶ୍ୱର ସ୍ଥିତ ଅରଡବଜାର ଘରୁ ଫେରିଛି ପୁଲିସ। ଏହି ଚଢ଼ଉ ବେଳେ ପୁଲିସକୁ କିଛି ସିସିଟିଭି ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଥିଲା ବ୍ରାଉନସୁଗାର ମାଫିଆ ସେକ୍ ରାଜା। ଆଜି ସ୍ପେଶାଲ ସ୍କ୍ୱାଡର ଏକ ଟିମ୍‌ ବାଲେଶ୍ୱର ଅରଡ଼ବଜାର […]

ଅଦ୍ୟତନ ହୋଇଛି
ପୁଲିସକୁ ଦେଖି ଛୁ ମାରିଲା ରାଜାର ଭାଉଜ

Special-Police-Squad-raids-#Balasore-based-residence-of-brown-sugar-mafia-Sheikh-Raja

Advertisment

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସକୁ ଦେଖି ଘରୁ ଛୁ’ ମାରିଛି ଡ୍ରଗ୍ସ ମାଫିଆ ସେକ ରାଜାର ଭାଉଜ ସନଓ୍ୱାର ବିବି। ତେଣୁ ଖାଲି ହାତରେ ରାଜାର ଭାଉଜ ସନଓ୍ୱାର ବିବିଙ୍କ ବାଲେଶ୍ୱର ସ୍ଥିତ ଅରଡବଜାର ଘରୁ ଫେରିଛି ପୁଲିସ। ଏହି ଚଢ଼ଉ ବେଳେ ପୁଲିସକୁ କିଛି ସିସିଟିଭି ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି।

Advertisment

ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଥିଲା ବ୍ରାଉନସୁଗାର ମାଫିଆ ସେକ୍ ରାଜା। ଆଜି ସ୍ପେଶାଲ ସ୍କ୍ୱାଡର ଏକ ଟିମ୍‌ ବାଲେଶ୍ୱର ଅରଡ଼ବଜାର ସ୍ଥିତ ରାଜାର ଭାଉଜ ସନଓ୍ୱାର ବିବିଙ୍କ ଘରେ ଚଢ଼ଉ କରିଥିଲା। ତେବେ ଘର ଚାରିପାଖରେ ସିସିଟିଭି ଲାଗିଥିବାରୁ ପୁଲିସର ଗତିବିଧି ଦେଖି ସନଓ୍ୱାର ବିବି ଫେରାର ହୋଇଯାଇଛି। ପୁଲିସ ଚଢ଼ଉ ବେଳେ ଘରୁ ସିସିଟିଭି ସହ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଛି। ଏବେ ସନୱାର ବିବିଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଗତ ୧୬ ତାରିଖରେ ମୋଷ୍ଟ ଓ୍ୱାଣ୍ଟେଡ ଡ୍ରଗ୍ସ ଡିଲର ଶେଖ୍ ରାଜାକୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଗିରଫ କରିଥିଲା।  ତଦନ୍ତ ବେଳେ ରାଜାର ବିଦେଶ ଲିଙ୍କ୍ ରହିଥିବା ଘଟଣା ସାମନାକୁ ଆସିଥିଲା। ରାଜାର ବାଂଲାଦେଶ, ନେପାଳ, ରାଜସ୍ଥାନ, ଗୋଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ନେଇ ଏସଟିଏଫ୍ ତଥ୍ୟ ସଂଗ୍ରହ କରିଥିଲା। ଶେଖ ରାଜା କୋଲକତା ମୁର୍ସିଦାବାଦରୁ ଚୋରା ବ୍ରାଉନସୁଗାର ସଂଗ୍ରହ କରୁଥିବା ମଧ୍ୟ ତଥ୍ୟ ପାଇଥିଲା ଏସ୍‌ଟିଏଫ୍‌। ବାଲେଶ୍ୱର ପୁଲିସ ପାଇଁ ମଧ୍ୟ ସେ ମୋଷ୍ଟ ଓ୍ୱାଣ୍ଟେଡ ଥିଲା। ରାଜା ଜଳେଶ୍ୱର ଓ ବାଲେଶ୍ୱରର ଦୁଇଟି ୟୁନିଟକୁ ବୁଝାସୁଝା କରୁଥିଲା।

Advertisment

ରାଜା ଗିରଫ ହେବା ପୂର୍ବରୁ ଏସ୍‌ଟିଏଫ୍‌ର ଏକ ଟିମ୍‌ ବାଲେଶ୍ୱର ଯାଇଥିଲା। ଏହି ସମୟରେ ହାଇଦର ନାମକ ଆଉ ଜଣେ ବ୍ରାଉନ୍‌ ସୁଗର ମାଫିଆକୁ ଗିରଫ କରିଥିଲା। ତାହାଠାରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ମଧ୍ୟ ଜବତ କରିଥିଲା।

ଡ୍ରଗ୍ସ ଡିଲର ରାଜାର ମିଳିଲା ବିଦେଶୀ ଲିଙ୍କ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe