ସୁରଟ୍ ବାହୁଡ଼ିବେ ପ୍ରବାସୀ, ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ର): କରୋନା ସଙ୍କଟ ଟଳି ନ ଥିବା ବେଳେ ଧନଜୀବନ ସ୍ୱାଭାବିକ କରିବାକୁ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଦୀର୍ଘ ମାସର ଧରି ଠପ୍ ହୋଇ ରହିଥିବା ଜୀବନ ଜୀବିକା ପୁଣି ଆରମ୍ଭ କରିବାକୁ ହେବ । କରୋନା ଭୟ ସିନା ଜନ୍ମଭୂମି ଆଡ଼କୁ ଟାଣି ଆଣିଥିଲା । ହେଲେ ଏବେ ଭୟ ସହ ଭିଟାମାଟି ମଧ୍ୟ ଛାଡ଼ିବାକୁ ହେବ । ଏଣୁ ଭିଟା ମାଟି ଛାଡ଼ି ପୁଣି ଥରେ କର୍ମକ୍ଷେତ୍ର ସୁରଟ୍ […]

train

Pragnya Choudhury
  • Published: Sunday, 13 September 2020
  • , Updated: 13 September 2020, 02:53 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ର): କରୋନା ସଙ୍କଟ ଟଳି ନ ଥିବା ବେଳେ ଧନଜୀବନ ସ୍ୱାଭାବିକ କରିବାକୁ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଦୀର୍ଘ ମାସର ଧରି ଠପ୍ ହୋଇ ରହିଥିବା ଜୀବନ ଜୀବିକା ପୁଣି ଆରମ୍ଭ କରିବାକୁ ହେବ । କରୋନା ଭୟ ସିନା ଜନ୍ମଭୂମି ଆଡ଼କୁ ଟାଣି ଆଣିଥିଲା । ହେଲେ ଏବେ ଭୟ ସହ ଭିଟାମାଟି ମଧ୍ୟ ଛାଡ଼ିବାକୁ ହେବ ।

ଏଣୁ ଭିଟା ମାଟି ଛାଡ଼ି ପୁଣି ଥରେ କର୍ମକ୍ଷେତ୍ର ସୁରଟ୍ ମୁହାଁ ପ୍ରବାସୀ । କରୋନା ସଙ୍କଟ ଭିତରେ ଜୀବନ ଓ ଜୀବିକା ଆଶାରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଫେରି ଆସିଥିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ । ହେଲେ ମାସ ମାସ ଧରି ହାତ ବାନ୍ଧି ବସିବା ପରେ ପେଟର କଷ୍ଟ କରୋନାକୁ ଯେପରି ମାତ୍ ଦେଇଛି । ଏବେ କରୋନାକୁ ସଙ୍କଟକୁ ଆଦରି ନେଇ କାମ ସନ୍ଧାନ ଓ ରୋଜଗାର ଆଶାରେ ସୁରଟ୍ ଯିବାକୁ ସଜବାଜ ହେଲେଣି ଶ୍ରମିକ ।

ଏଥିପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନ୍ ସେବା । ଆଜି ସକାଳ ୧୦ଟା ୪୦ମିନିଟରେ ପୁରୀ-ଓଖା ଏକ୍ସପ୍ରେସ୍ ଖୋର୍ଦ୍ଧା ଛାଡ଼ିବ । ବ୍ରହ୍ମପୁରରେ ଏହା ୧୨ଟା ୪୦ ମିନିଟରେ ପହଞ୍ଚିବାକୁ ଥିବା ବେଳେ ଶ୍ରୀକାକୁଲମ୍, ବିଜୟନଗରମ୍ ହୋଇ ଓଖାରେ ପହଞ୍ଚିବ । ଖୋର୍ଦ୍ଧା ରୋଡ୍ ଏବଂ ବ୍ରହ୍ମପୁର ରେଳଷ୍ଟେସନ ଶ୍ରମିକ ଏହି ଟ୍ରେନରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଗୁଜରାଟ୍ ଅଭିମୁଖେ ବାହାରିଛି । ଏହା ବ୍ୟତୀତ ଖୋର୍ଦ୍ଧା ରୋଡ୍-ଗାନ୍ଧୀ ଧାମ୍ ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ମିନିଟରେ ଛାଡ଼ିବ । ବ୍ରହ୍ମପୁର, ରାୟଗଡ଼ା, ଟିଟିଲାଗଡ଼ ଦେଇ ଏହି ଟ୍ରେନ୍ ଗୁଜରାଟରେ ପହଞ୍ଚିବ ।

Related story