Advertisment

New Political Party: ମୋକିମଙ୍କ ନୂଆ ଦଳର ନାଁକୁ ନେଇ ଚର୍ଚ୍ଚା; ସୋଫିଆଙ୍କୁ ନେଇ କ’ଣ କହିଲେ ପଢ଼ନ୍ତୁ

ଯୁବ ସମାବେଶ ଏକ ରାଜନୀତିକ କାର୍ଯ୍ୟକ୍ରମ ନଥିଲା। ଓଡ଼ିଶାରେ ଯୁବ ସଶକ୍ତୀକରଣ ପାଇଁ ସେହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସେହି ସମାବେଶରେ ନୂଆ ରାଜନୀତିକ ଦଳ ବିଷୟରେ ଆଲୋଚନା ହୋଇନଥିଲା।

author-image
Jitendra Garnayak
Mokim

ମହମ୍ମଦ ମୋକିମ ନୂଆ ଆଞ୍ଚଳିକ ଦଳ ଗଠନ କରିବା ପୂର୍ବରୁ ତା’ର ନାଁକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହାର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ କିମ୍ବା ‘ଓଡ଼ିଶା ଲୋକ କଂଗ୍ରେସ’ ରହିପାରେ। ନିଜେ ମୋକିମ ଏହି ସୂଚନା ଦେଇଥିବା ବେଳେ ଏଯାଏଁ କିଛି ଚୂଡ଼ାନ୍ତ ହୋଇନାହିଁ ବୋଲି କହିଛନ୍ତି।  

Advertisment

ମୋକିମ କହିଛନ୍ତି ଯେ ସେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବ୍ୟକ୍ତିଙ୍କ ସହିତ ଆଲୋଚନା ଜାରି ରହିଛି। ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଘୋଷଣା କରାଯିବ ବୋଲି ପୂର୍ବରୁ କୁହାଯାଇଛି। ଓଡ଼ିଶାର ନାଁକୁ ନେଇ ଆଞ୍ଚଳିକ ଦଳ ଗଠନ କରାଯିବ। ଧର୍ମନିରପେକ୍ଷ ଚିନ୍ତାଧାରା ସହିତ ଥିବାରୁ ଦଳର ନାଁରେ କଂଗ୍ରେସକୁ ବି ରଖାଯିବ। ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରଖିବୁ କି ‘ଓଡ଼ିଶା ଲୋକ କଂଗ୍ରେସ’ ରଖିବୁ, ସେ ନେଇ ଆଲୋଚନା ଚାଲିଛି। ଏନେଇ କିଛି ଚୂଡ଼ାନ୍ତ ହୋଇନାହିଁ। 

ସେ କହିଛନ୍ତି, ନୂଆ ଆଞ୍ଚଳିକ ଦଳ ଓଡ଼ିଶା କୈନ୍ଦ୍ରିକ ହେବ। ଦଳ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ। ଏହା ଲୋକଙ୍କ ଦଳ ହେବ। ବିଭିନ୍ନ ଦଳର ନେତା ଦଳ ଛାଡୁଛନ୍ତି ଓ କେହି କେହି ନିଲମ୍ବିତ ହେଉଛନ୍ତି। ଯେଉଁମାନେ ଆମ ସହିତ ରହିବାକୁ ଚାହିଁବେ, ଆମେ ସେମାନଙ୍କୁ ଗ୍ରହଣ କରିବୁ। ବହୁ ଜଣ ଆମ ସହିତ ଯୋଗାଯୋଗରେ ଅଛନ୍ତି। ଭଲ ସଂଖ୍ୟାରେ ଯୁବ ନେତାମାନେ ଆମ ସହିତ ଯୋଗାଯୋଗରେ ଅଛନ୍ତି। ବିଜୟ ମହାପାତ୍ରଙ୍କ ସହିତ ନୂଆ ଦଳ ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ। କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟିଥିଲି। ମୋତେ କଂଗ୍ରେସରୁ ବହିଷ୍କାର କରାଯିବା ପରେ ସେ ମୋତେ ଫୋନ୍ କରିଥିଲେ। ତେଣୁ ତାଙ୍କୁ ଭେଟିଥିଲି।

Advertisment

ଯୁବ ସମାବେଶ ଏକ ରାଜନୀତିକ କାର୍ଯ୍ୟକ୍ରମ ନଥିଲା। ଓଡ଼ିଶାରେ ଯୁବ ସଶକ୍ତୀକରଣ ପାଇଁ ସେହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସେହି ସମାବେଶରେ ନୂଆ ରାଜନୀତିକ ଦଳ ବିଷୟରେ ଆଲୋଚନା ହୋଇନଥିଲା। 

ତାଙ୍କ ଝିଅ ତଥା କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପ୍ରସଙ୍ଗରେ ମହମ୍ମଦ ମୋକିମ କହିଛନ୍ତି, ସୋଫିଆ ଫିର୍ଦ୍ଦୋସ ‘ମୋକିମ ଫାଉଣ୍ଡେସନ’ର ଅନ୍ୟତମ ଟ୍ରଷ୍ଟି। ଯେତେବେଳେ ‘ମୋକିମ ଫାଉଣ୍ଡେସନ’ର କୌଣସି କ୍ରୀଡ଼ା କାର୍ଯ୍ୟକ୍ରମ ହେଉଛି ବା ଯୁବ ବା ମହିଳା ସମାବେଶ ହେଉଛି, ଓଡ଼ିଶା ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଟ୍ରଷ୍ଟି ହିସାବରେ ଯୋଗ ଦେଉଛନ୍ତି। ମୋର କୌଣସି ରାଜନୀତିକ ବ୍ୟାପାରରେ କିମ୍ବା ରାଜନୀତିକ ବୈଠକରେ ସେ (ସୋଫିଆ) ଆଦୌ ଯୋଗ ଦେଉ ନାହାନ୍ତି। ଯୁବ ସମାବେଶ ଏକ ରାଜନୀତିକ କାର୍ଯ୍ୟକ୍ରମ ନଥିଲା। ଓଡ଼ିଶାରେ ଯୁବ ସଶକ୍ତୀକରଣ ପାଇଁ ସେହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସେହି ସମାବେଶରେ ନୂଆ ରାଜନୀତିକ ଦଳ ବିଷୟରେ ଆଲୋଚନା ହୋଇନଥିଲା।