ମହମ୍ମଦ ମୋକିମ ନୂଆ ଆଞ୍ଚଳିକ ଦଳ ଗଠନ କରିବା ପୂର୍ବରୁ ତା’ର ନାଁକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହାର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ କିମ୍ବା ‘ଓଡ଼ିଶା ଲୋକ କଂଗ୍ରେସ’ ରହିପାରେ। ନିଜେ ମୋକିମ ଏହି ସୂଚନା ଦେଇଥିବା ବେଳେ ଏଯାଏଁ କିଛି ଚୂଡ଼ାନ୍ତ ହୋଇନାହିଁ ବୋଲି କହିଛନ୍ତି।
ମୋକିମ କହିଛନ୍ତି ଯେ ସେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବ୍ୟକ୍ତିଙ୍କ ସହିତ ଆଲୋଚନା ଜାରି ରହିଛି। ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଘୋଷଣା କରାଯିବ ବୋଲି ପୂର୍ବରୁ କୁହାଯାଇଛି। ଓଡ଼ିଶାର ନାଁକୁ ନେଇ ଆଞ୍ଚଳିକ ଦଳ ଗଠନ କରାଯିବ। ଧର୍ମନିରପେକ୍ଷ ଚିନ୍ତାଧାରା ସହିତ ଥିବାରୁ ଦଳର ନାଁରେ କଂଗ୍ରେସକୁ ବି ରଖାଯିବ। ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରଖିବୁ କି ‘ଓଡ଼ିଶା ଲୋକ କଂଗ୍ରେସ’ ରଖିବୁ, ସେ ନେଇ ଆଲୋଚନା ଚାଲିଛି। ଏନେଇ କିଛି ଚୂଡ଼ାନ୍ତ ହୋଇନାହିଁ।
ସେ କହିଛନ୍ତି, ନୂଆ ଆଞ୍ଚଳିକ ଦଳ ଓଡ଼ିଶା କୈନ୍ଦ୍ରିକ ହେବ। ଦଳ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ। ଏହା ଲୋକଙ୍କ ଦଳ ହେବ। ବିଭିନ୍ନ ଦଳର ନେତା ଦଳ ଛାଡୁଛନ୍ତି ଓ କେହି କେହି ନିଲମ୍ବିତ ହେଉଛନ୍ତି। ଯେଉଁମାନେ ଆମ ସହିତ ରହିବାକୁ ଚାହିଁବେ, ଆମେ ସେମାନଙ୍କୁ ଗ୍ରହଣ କରିବୁ। ବହୁ ଜଣ ଆମ ସହିତ ଯୋଗାଯୋଗରେ ଅଛନ୍ତି। ଭଲ ସଂଖ୍ୟାରେ ଯୁବ ନେତାମାନେ ଆମ ସହିତ ଯୋଗାଯୋଗରେ ଅଛନ୍ତି। ବିଜୟ ମହାପାତ୍ରଙ୍କ ସହିତ ନୂଆ ଦଳ ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ। କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟିଥିଲି। ମୋତେ କଂଗ୍ରେସରୁ ବହିଷ୍କାର କରାଯିବା ପରେ ସେ ମୋତେ ଫୋନ୍ କରିଥିଲେ। ତେଣୁ ତାଙ୍କୁ ଭେଟିଥିଲି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/27/mokim-2026-01-27-17-58-23.jpg)