ମୋଦିଙ୍କ ପୁରୁଣା ସହଯୋଗୀ ଖୋଜା ତାଲିକାରେ ଅଛି କି ବିଜେଡି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି- ବିଜେଡି ପରସ୍ପର ପ୍ରତି ଢଳୁଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ମୋଦିଙ୍କ ଆହ୍ୱାନ। ଗତକାଲି ଭିଡିଓ କନଫରେନ୍ସ ଜରିଆରେ ତାମିଲନାଡୁର କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ମୋଦି କହିଛନ୍ତି, “ପୁରୁଣା ସାଥୀଙ୍କ ପାଇଁ ଏନଡିଏର ଦ୍ୱାର ଖୋଲା।” ମୋଦିଙ୍କ ଏ ଆହ୍ୱାନ ପରେ ପ୍ରଶ୍ନ ଉଠୁଛି ଏନଡିଏର ପୁରୁଣା ସହଯୋଗୀ ଏକାଠି ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ତ ? ପୁରୁଣା ସହଯୋଗୀ ବିଜେଡି ମୋଦିଙ୍କ ଏହି ଲିଷ୍ଟରେ ରହିଛି କି […]

bjp-bjd

bjp-bjd

Rakesh Mallick
  • Published: Friday, 11 January 2019
  • Updated: 11 January 2019, 10:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି- ବିଜେଡି ପରସ୍ପର ପ୍ରତି ଢଳୁଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ମୋଦିଙ୍କ ଆହ୍ୱାନ। ଗତକାଲି ଭିଡିଓ କନଫରେନ୍ସ ଜରିଆରେ ତାମିଲନାଡୁର କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ମୋଦି କହିଛନ୍ତି, “ପୁରୁଣା ସାଥୀଙ୍କ ପାଇଁ ଏନଡିଏର ଦ୍ୱାର ଖୋଲା।”

ମୋଦିଙ୍କ ଏ ଆହ୍ୱାନ ପରେ ପ୍ରଶ୍ନ ଉଠୁଛି ଏନଡିଏର ପୁରୁଣା ସହଯୋଗୀ ଏକାଠି ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ତ ? ପୁରୁଣା ସହଯୋଗୀ ବିଜେଡି ମୋଦିଙ୍କ ଏହି ଲିଷ୍ଟରେ ରହିଛି କି ? ଏପରି ପ୍ରଶ୍ନ ଏବେ ଉଠିବାରେ ଲାଗିଛି।  ଏପଟେ ନବୀନ କିନ୍ତୁ  ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ ସରକାରୀ ସଭାକୁ ନଯାଇ ସମାନ୍ତରାଳ ସଭା ଆୟୋଜନ କରି ସମଦୂରତାର ବାର୍ତ୍ତା ଦେବା ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।

ପୁରୁଣା ସାଥୀ ଭିତରୁ ବିଜ଼େଡି ୯ ବର୍ଷ ଧରି ବିଜେପି ସହ ମିଳିତ ସରକାରରେ ଥିଲେ। ଖୋଦ ନବୀନ ବି ବାଜପେୟୀଙ୍କ ସମୟରେ ଏନଡିଏ ସରକାରରେ ମନ୍ତ୍ରୀ ଥିଲେ। ଯଦିଓ ତାମିଲନାଡୁରେ କର୍ମୀଙ୍କ ସହ କଥା ହେବା ବେଳେ ମୋଦି ଏ କଥା କହିଛନ୍ତି। ତଥାପି ପୁରୁଣା ସାଥୀଙ୍କ ପାଇଁ ଦଳର ଦ୍ୱାର ଖୋଲା ବୋଲି କହି ମୋଦି ମେଣ୍ଟ ପାଇଁ ଅନେକ ସମ୍ଭାବନାର ଝରକା ଖୋଲିଦେଇଛନ୍ତି।

ହିନ୍ଦୀ ହାର୍ଟଲାଣ୍ଡରେ ବିଜେପିର ପରାଜୟ ପରେ ବାଜପେୟୀ ଭରସା କରିଥିବା ପୁରୁଣା ସାଥୀଙ୍କୁ ମୋଦି ଖୋଜିବାର ଗୁରୁତ୍ୱ ବଢ଼ି ଯାଇଛି। ବିଜେପି କିନ୍ତୁ ମୋଦିଙ୍କ ଏ ଆହ୍ୱାନକୁ କେବଳ ତାମିଲନାଡୁ ଭିତରେ ସୀମିତ ରଖି ଓଡ଼ିଶାରେ ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରିଛି। ଏନେଇ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି।

ବିଜେଡି-ବିଜେପି ସମ୍ପର୍କକୁ ନେଇ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛି। ମୋଦି ବି ଉଭୟ ଖୋର୍ଦ୍ଧା ଓ ବାରିପଦା ଦଳୀୟ ସଭାରେ ନବୀନଙ୍କ ପ୍ରତି ଅପେକ୍ଷାକୃତ ନରମ ମନୋଭାବ ଦେଖାଇ ସମ୍ପର୍କ ଚର୍ଚ୍ଚାରେ ଖିଏ ଯୋଡ଼ିଥିଲେ। ତେବେ ଭୋଟରଙ୍କ ପାଖକୁ ଭୁଲ ବାର୍ତ୍ତା ନଯାଉ, ସେଥିପାଇଁ ନବୀନ, ମୋଦିଙ୍କ ବାରିପଦାର ସରକାରୀ ସଭାକୁ ବୟକଟ କରି ପୁରୀରେ ସମାନ୍ତରାଳ ସଭାର  ରଣନୀତି କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

ଏବେ ୧୫ ତାରିଖରେ ମୋଦିଙ୍କ ବଲାଙ୍ଗିର ଗସ୍ତ ବେଳେ ମଧ୍ୟ ସରକାରୀ ସଭାକୁ ନଯାଇ ନବୀନ କୃଷକଙ୍କୁ ନେଇ ଭୁବନେଶ୍ୱରରେରେ କୃଷି ଓଡିଶା କାର୍ଯ୍ୟକ୍ରମ କରୁଛନ୍ତି। ତେବେ ବିଜେପି  ବିଜେଡିର ସଂପର୍କକୁ ନେଇ ଦୁହିଁଙ୍କୁ ପୁଣି ଟାର୍ଗେଟ କରିଛି କଂଗ୍ରେସ।

ନିର୍ବାଚନ ପୂର୍ବରୁ ନହେଲେ ବି ନିର୍ବାଚନ ପରେ ପରିସ୍ଥିତିକୁ ଦେଖି ବିଜେଡି ପରି ଏନଡିଏର କିଛି ପୁରୁଣା ସାଥୀ ଏକାଠି ହୋଇପାରନ୍ତି ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story