Advertisment

ବିଜେପି ଆଡ଼କୁ ଢଳୁଛନ୍ତି କି ଭର୍ତ୍ତୃହରି !

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏବେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି । ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ସିଂହ ତୋମରଙ୍କ ସମୁଦି ହୋଇଥିବା ଶ୍ରୀ ମହତାବ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ନିଜ ସଂସଦୀୟ ଜୀବନ ଉପରେ ଲିଖିତ ଏକ ପୁସ୍ତକ ଭେଟି ଦେବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ସୂଚନା ଅନୁସାରେ ଶ୍ରୀ ମହତାବ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ […]

author-image
Sampad Mahapatra
ବିଜେପି ଆଡ଼କୁ ଢଳୁଛନ୍ତି କି ଭର୍ତ୍ତୃହରି !

Bhartruhari_mahtab with PM

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏବେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି । ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ସିଂହ ତୋମରଙ୍କ ସମୁଦି ହୋଇଥିବା ଶ୍ରୀ ମହତାବ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ନିଜ ସଂସଦୀୟ ଜୀବନ ଉପରେ ଲିଖିତ ଏକ ପୁସ୍ତକ ଭେଟି ଦେବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି।

Advertisment

ସୂଚନା ଅନୁସାରେ ଶ୍ରୀ ମହତାବ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ସାଉଥ୍ ବ୍ଲକ୍ ଅଫିସରେ ଭେଟି ‘ଭର୍ତ୍ତୃହରି ମହତାବ ଆଉଟଷ୍ଟାଣ୍ଡିଙ୍ଗ୍ ପାର୍ଲାମେଣ୍ଟାରିଆନ’ ପୁସ୍ତକ ଭେଟି ଦେଇଛନ୍ତି । ସେହି ପୁସ୍ତକ ଗତ ୫ତାରିଖରେ ଲୋକାର୍ପିତ ହୋଇଥିଲା । ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ବିଜେପିର ଦୁଇ ବରିଷ୍ଠ ନେତା ତଥା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ କଂଗ୍ରେସ ନେତା ବିରପ୍ପା ମୋଇଲି ଓ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

publive-imageବିଜେଡିର ସଂସଦୀୟ ଦଳ ନେତା ଶ୍ରୀ ମହତାବଙ୍କ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇନଥିଲେ । ବିଜେପି ନେତାଙ୍କ ଗହଣରେ ନିଜ ଉପରେ ଲିଖିତ ପୁସ୍ତକ ଲୋକାର୍ପଣ ହେବାପରେ ଶ୍ରୀ ମହତାବ ଏହାକୁ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଦେବା ଘଟଣାକୁ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି ।

Advertisment

ଓଡ଼ିଶାରେ ବିଜେଡି ସହ ଏବେ କଡ଼ା ମୁକାବିଲା ଦେବା ପାଇଁ ସଜବାଜ ହେଉଥିବା ବିଜେପି ଓଡ଼ିଶାରେ ୧୩ଟି ଲୋକସଭା ସିଟ୍ ଜିତିବ ବୋଲି ଗତ ସପ୍ତାହରେ ପ୍ରକାଶିତ ସର୍ଭେ ରିପୋର୍ଟକୁ ନେଇ ଉତ୍ସାହିତ ହୋଇପଡ଼ିଛି। ଏଭଳି ସ୍ଥିତିରେ ବିଜେଡିର କେତେକ ସାଂସଦ ଟିକେଟ୍ କଟିବା ଆଶଙ୍କାରେ ଏବେ ବିଜେପି ସହ ଯୋଗସୂତ୍ରରେ ରହିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂସଦ ଶ୍ରୀ ମହତାବ ସାକ୍ଷାତ କରିବା ଘଟଣାକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି ।