Advertisment

ସୋମବାର ବସିବ ରାଜ୍ୟ କ୍ୟାବିନେଟ୍, କ'ଣ ରହିବ ଏଥର ନବୀନଙ୍କ ଏଜେଣ୍ଡା

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର) : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟା ୬ଟା ୧୫ମିନିଟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକରେ  ୪ ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆସନ୍ତା ୩୦ତାରିଖ ସୁଦ୍ଧା ରାଜ୍ୟର ୬୫ଟି ପୌର ପରିଷଦର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏବଂ ପୌର ନିର୍ବାଚନ ଠିକଣା ସମୟରେ ହେବାର ସମ୍ଭାବନା ନ ଥିବାରୁ,ଏହି ବୈଠକରେ ସମ୍ପୃକ୍ତ ପୌର […]

author-image
Sampad Mahapatra
ଅଦ୍ୟତନ ହୋଇଛି
କହିଁ ଖୁସି କହିଁ ଗମ୍; ପୂଜାରେ ସବୁ କର୍ମଚାରୀଙ୍କୁ ବର୍ଦ୍ଧିତ ଦରମା ଦେଇପାରିଲେନି ରାଜ୍ୟ ସରକାର
ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର) : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟା ୬ଟା ୧୫ମିନିଟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକରେ  ୪ ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
Advertisment

ଆସନ୍ତା ୩୦ତାରିଖ ସୁଦ୍ଧା ରାଜ୍ୟର ୬୫ଟି ପୌର ପରିଷଦର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏବଂ ପୌର ନିର୍ବାଚନ ଠିକଣା ସମୟରେ ହେବାର ସମ୍ଭାବନା ନ ଥିବାରୁ,ଏହି ବୈଠକରେ ସମ୍ପୃକ୍ତ ପୌର ପରିଷଦଗୁଡ଼ିକର କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ନିମନ୍ତେ ଅଧ୍ୟାଦେଶ ଆଣିବାର ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ଲାଗିପାରେ ବୋଲି କୁହାଯାଉଛି।

ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବାରୁ ବୈଠକରେ ଗୃହରେ ଆଗତ ହେବାକୁ ଥିବା କିଛି ବିଲ୍ ସମ୍ପର୍କରେ କ୍ୟାବିନେଟକୁ ଅବଗତ କରାଯାଇ ପାରେ। ସେହିପରି, ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ କରାଯିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କେତେକ ସୂତ୍ର ଅନୁମାନ କରିଛନ୍ତି।
Advertisment
ବିଜେଡି ବିଧାୟକ ଦଳ ବୈଠକ ସୋମବାର ଅପରାହ୍ନ ୫ଟା ୪୫ ମିନିଟରେ ବସିବାକୁ ଥିବାରୁ ଏହାର ଠିକ୍ ପରେ କ୍ୟାବିନେଟ ବୈଠକ ବସିବ।
ତେବେ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲେ ମଧ୍ୟ କାହାକୁ ପୂର୍ବରୁ ଏଜେଣ୍ଡା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିବା ଜଣା ପଡ଼ିଛି।