Advertisment

ଧୂଳିଖେଳ ବୟସରେ ଜିମ୍ନାଷ୍ଟିକ କରୁଛନ୍ତି ପ୍ରିୟା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପାଟି ଭଲ ଭାବେ ଫିଟିନି। ହେଲେ ପୁରା ଶରୀର ସ୍ପ୍ରିଂଗ ଭଳି ବୁଲୁଛି।  ସାଙ୍ଗସାଥୀଙ୍କ ସହ ଧୂଳି ଖେଳ ବୟସରେ ଅନାୟସରେ ଜିମ୍ନାଷ୍ଟିକର ବଡ଼ ବଡ଼ କ୍ଳିଷ୍ଟ ଆସନ କରିପାରୁଛନ୍ତି  ସାଢେ ୩ ବର୍ଷର ପ୍ରିୟା । ହସ ହସ ମୁହଁରେ ଦେଖାଉଛନ୍ତି ଭଳିକି ଭଳି ଶାରୀରିକ କୌଶଳ। କେତେବେଳେ ଗୋଡ଼କୁ ଟେକି ମୁଣ୍ଡ ସହ ଲଗାଇ ଦେଉଛନ୍ତି ତ କେତେବେଳେ ଛିଡ଼ା ହୋଇଥିବା ଅବସ୍ଥାରେ ମୁଣ୍ଡକୁ ଆଣି ଗୋଡ଼ରେ ଲଗାଇ କରତାଳି ସାଉଣ୍ଟୁଛନ୍ତି। […]

ଅଦ୍ୟତନ ହୋଇଛି
ଧୂଳିଖେଳ ବୟସରେ ଜିମ୍ନାଷ୍ଟିକ କରୁଛନ୍ତି ପ୍ରିୟା

spring-girl

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପାଟି ଭଲ ଭାବେ ଫିଟିନି। ହେଲେ ପୁରା ଶରୀର ସ୍ପ୍ରିଂଗ ଭଳି ବୁଲୁଛି।  ସାଙ୍ଗସାଥୀଙ୍କ ସହ ଧୂଳି ଖେଳ ବୟସରେ ଅନାୟସରେ ଜିମ୍ନାଷ୍ଟିକର ବଡ଼ ବଡ଼ କ୍ଳିଷ୍ଟ ଆସନ କରିପାରୁଛନ୍ତି  ସାଢେ ୩ ବର୍ଷର ପ୍ରିୟା । ହସ ହସ ମୁହଁରେ ଦେଖାଉଛନ୍ତି ଭଳିକି ଭଳି ଶାରୀରିକ କୌଶଳ। କେତେବେଳେ ଗୋଡ଼କୁ ଟେକି ମୁଣ୍ଡ ସହ ଲଗାଇ ଦେଉଛନ୍ତି ତ କେତେବେଳେ ଛିଡ଼ା ହୋଇଥିବା ଅବସ୍ଥାରେ ମୁଣ୍ଡକୁ ଆଣି ଗୋଡ଼ରେ ଲଗାଇ କରତାଳି ସାଉଣ୍ଟୁଛନ୍ତି।

Advertisment

ଜିମ୍ନାଷ୍ଟିକର କଠିନ ଆସନ କରି ଆଖପାଖରୁ ପ୍ରଶଂସା ସାଉଣ୍ଟୁଥିବା ପ୍ରିୟାଙ୍କ ଗୁଣ ଏବେ ଚାରିଆଡ଼େ ମହମହ ବାସିଲାଣି।  ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡରେ  ଏକକାଳୀନ ସର୍ବକନିଷ୍ଠ  ପ୍ରତିଯୋଗୀ ଭାବେ  ନିଜ ନାଁକୁ ଯୋଡିବାର  ବିରଳ ରେକର୍ଡ  କରି ପାରିଛନ୍ତି ପ୍ରିୟା। ଏତେ କମ୍‌ ବୟସରୁ ରାଜ୍ୟ ପାଇଁ ଗୌରବ ଆଣିଥିବା ଏହି କୁନି ଝିଅ ପାଇଁ ବାପାମ’ ବେଶ ଗର୍ବିତ। ସ୍ପ୍ରିଂଗ ଗର୍ଲ ଭଳି  ନିଜ ପରିଚୟ ସୃଷ୍ଟି କରିପାରିଥିବା ପ୍ରିୟା ୧୮ ଟି ଭାଷାର ଖବର କାଗଜ ପୃଷ୍ଠା ମଣ୍ଡନ କରି ସାରିଲେଣି।

ବାପା ବିଜୟ କୁମାର ନାୟକ ଏବଂ ମା ବିଷ୍ଣୁପ୍ରିୟାଙ୍କ ୨ ଝିଅ ଙ୍କ ମଧ୍ୟରୁ ସାନ ଝିଅ ହେଉଛନ୍ତି ପ୍ରିୟା । ଜିମ୍ନାଷ୍ଟିକରେ ନିଜର ସ୍ୱତନ୍ତ ପରିଚୟ କରିବାକୁ ଥିଲା ପ୍ରବଳ ଇଚ୍ଛା। ହେଲେ  ଅଭାବ ଅନଟନ କାରଣରୁ ତାହାକୁ  କବର  ଦେଇଦେଇଥିଲେ ବିଜୟ । ହେଲେ ନିଜ ଝିଅ ଆଖିରେ ସେ ନିଜ ସ୍ୱପ୍ନକୁ ଦେଖିପାରିଲେ। ନିଜେ ଟ୍ରେନର ସାଜି ମାତ୍ର ଦେଢ଼ ବର୍ଷରୁ ପ୍ରିୟାଙ୍କୁ ଦେଲେ ତାଲିମ ।

Advertisment

ଏନେଇ ପ୍ରିୟାଙ୍କ ବାପା ବିଜୟ କୁମାର ନାୟକ କହିଛନ୍ତି,  ମୁଁ ବହୁତ ଖୁସି। ଝିଅ ଯୋଗ ଓ ଜିମନାଷ୍ଟିକ ଶିଖିଛି। ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ସାରିଛି। ହେଲେ ସରକାର ଏପରି କୁନି ପ୍ରତିଭାକୁ ଚିହ୍ନିପାରୁ ନାହାନ୍ତି କି କିଛି ସାହାଯ୍ୟ କରୁ ନାହାନ୍ତି।

କେବଳ ସେତିକି ନୁହେଁ, ୟୁନିଭର୍ସ ଅଫ ବୁକ ରେକର୍ଡ ପାଇଁ ପ୍ରିୟା ମନୋନୀତ ହୋଇଥିଲେ ମଧ୍ୟ ଆବଶ୍ୟକୀୟ ଫି ୫୦ ହଜାର ଦେବାକୁ ପରିବାର ଲୋକ ବିଫଳ ହେବାରୁ ଏହି ତାଲିକାରେ ପ୍ରିୟାଙ୍କ ନାଁ ଯୋଡ଼ି ପାରୁ ନାହାନ୍ତି ବିଜୟ । ତେବେ ସାରା ରାଜ୍ୟ ପାଇଁ ଗୌରବ ଆଣିଥିବା ଏହି କୁନି ଝିଅକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମହଲରୁ ବେଶ ପ୍ରଶଂସା ମିଳୁଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଙ୍କ ପକ୍ଷରୁ କୌଣସି ସହାୟତା ତ ଦୂରର କଥା ଶୁଭେଚ୍ଛା ଟିକେ ମିଳିନି ବୋଲି କହିଛନ୍ତି ପ୍ରିୟା ଙ୍କ ବାପା ମା । ସରକାର କିଛି ସହଯୋଗ କଲେ ଝିଅ ଆଗକୁ ବଢ଼ି ନିଶ୍ଚୟ ଦିନେ ରାଜ୍ୟ ପାଇଁ ଗୌରବ ଆଣିବ ତାହା ନିଃସନ୍ଦେହ ।

Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe