Advertisment

ଭୁବନେଶ୍ୱର ଆସିଲା ଗୁଇନ୍ଦା ପାରା

ମେରାଇନ୍‌ ଥାନା ପୁଲିସ୍‌ ପାରାକୁ ଧରି କଟକ ସ୍ପେଶାଲ ସ୍କ୍ୱାର୍ଡକୁ ଅସ୍ତାନ୍ତର କରିଥିଲା। ଆଜି ପାରାକୁ ଏକ ସ୍ୱତନ୍ତ୍ର ପଞ୍ଜୁରୀରେ ଭୁବନେଶ୍ୱର ଷ୍ଟେଟ୍‌ ଫୋରେନ୍‌ସିକ ଲାବକୁ ଅଣାଯାଇଛି।

Spy Pigeon

Spy Pigeon

Advertisment

ଗତ ୨୪ ଘଣ୍ଟା ଧରି ଚର୍ଚ୍ଚାରେ ଥିବା ପାରାଦୀପର ଗୁଇନ୍ଦା ପାରା ରାଜଧାନୀରେ ପହଞ୍ଚିଛି। ତାକୁ ଭୁବନେଶ୍ୱର ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌କୁ ଅଣାଯାଇଛି। ତେବେ ଧରାପଡ଼ିଥିବା, ଗୁଇନ୍ଦା ପାରା କେଉଁଠୁ ଦେଶରୁ ଆସିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ପାରାଦୀପ ମୁହାଣ ଦେଇ କିଛି ମତ୍ସ୍ୟଜୀବୀ ଟ୍ରଲରରେ ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରୁଥିବା ବେଳେ ଗୋଟିଏ ପାରା ଟ୍ରଲର ଚାରି ପାର୍ଶ୍ୱରେ ଘୂରି ବୁଲୁଥିଲା। ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଖଞ୍ଜା ହୋଇଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ପରେ କୌଶଳ କରି ପରାକୁ ଧରିଥିଲେ। ବୁଧବାର ମତ୍ସ୍ୟଜୀବୀମାନେ କୂଳକୁ ଆସି ପାରାକୁ ପାରାଦୀପ ମେରାଇନ୍‌ ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପାରା ଗୋଡରେ ମେମୋରି ଚିପ୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ସେଥିରେ ବିଦେଶୀ ଭାଷାରେ ଲେଖାଯାଇଥିଲା।

ମେରାଇନ୍‌ ଥାନା ପୁଲିସ୍‌ ପାରାକୁ ଧରି କଟକ ସ୍ପେଶାଲ ସ୍କ୍ୱାର୍ଡକୁ ଅସ୍ତାନ୍ତର କରିଥିଲା। ଆଜି ପାରାକୁ ଏକ ସ୍ୱତନ୍ତ୍ର ପଞ୍ଜୁରୀରେ ଭୁବନେଶ୍ୱର ଷ୍ଟେଟ୍‌ ଫୋରେନ୍‌ସିକ ଲାବକୁ ଅଣାଯାଇଛି। ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଓ ମେମୋରି ଚିପ୍‌ ଖଞ୍ଜି କି ତଥ୍ୟ ହାସଲ କରାଯାଉଥିଲା? ପାରାଟି କେଉଁ ଦେଶରୁ ଆସିଥିଲା? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବର୍ତ୍ତମାନ ତାହା ଉପରେ ତଦନ୍ତ କରୁଛି।

Advertisment
Bhubaneswar Paradip
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe