ବାଣ ବ୍ୟବାହର, ବିକ୍ରି ନେଇ ଗାଇଡ୍‌ଲାଇନ୍‌ ଜାରି କଲେ ଏସ୍‌ଆର୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ରାୟ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଫିସର ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି । ଦୀପାବଳି ଅର୍ଥାତ ନଭେମ୍ବର ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ […]

firecrackers ban

firecrackers ban

Manoranjan Sial
  • Published: Monday, 01 November 2021
  • Updated: 01 November 2021, 10:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ରାୟ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଫିସର ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି । ଦୀପାବଳି ଅର୍ଥାତ ନଭେମ୍ବର ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ । ଏହାପରେ ବାଣ ଫୁଟାଇଲେ ଆଇନତଃ ଦଣ୍ଡନୀୟ ହେବେ ।

ଏସଆରସି ପ୍ରଦୀପ କୁମାର ଜେନା ଆଜି ରାଜ୍ୟରେ ବାଣ ବିକ୍ରି ଓ ôଫୁଟାଇବାକୁ ନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରି କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ଅଂଚଳରେ ଏବେବି କୋଭିଡ୍‌-୧୯ ସଂକ୍ରମଣ ସକ୍ରିୟ ରହିଛି । ଶୀତ ଦିନ ଆସୁଥିବାରୁ ବୃଦ୍ଧବୃଦ୍ଧା, ପିଲା ଓ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ସାଧାରଣତଃ ଲୋକମାନେ ବାଣ ଫୁଟାଇଥାନ୍ତି । ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ ଓ ଯାହାର ପ୍ରଭାବ ଉପରୋକ୍ତ ବର୍ଗର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଏହାସହିତ କୋଭିଡ୍ ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ପ୍ରଦୂଷିତ ପରିବେଶ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବି ରହିଛି ।

ତେଣୁ ଦୀପାବଳି, ଛଟପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ଫୁଟାଇବା ପାଇଁ ଏସଆରସି କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେଥିରେ କେବଳ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦେଇଛନ୍ତି। ଏହି ବାଣ କେବଳ ସିଏସଆଇଆର-ଏନଇଇଆରଆଇ ଦ୍ୱାରା ନିର୍ଦ୍ଧାରିତ ଫର୍ମୂଲା ଆଧାରିତ ପ୍ରସ୍ତୁତ ହୋଇଥିବା ଜରୁରୀ ।

ସେହିପରି ଅନ୍ୟ ବାଣ ଗୁଡ଼ିକର ବିକ୍ରି ଓ ଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିବ। ଯେଉଁ ବ୍ୟବସାୟୀ ଓ ଡିଲରମାନେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫଟି ଅର୍ଗାନାଇଜେସନ (ପିଇଏସଓ) ପ୍ରମାଣପତ୍ର ରଖିଥିବେ, ସେମାନଙ୍କର ଷ୍ଟକକୁ ଯାଂଚ କରାଯିବା ପରେ ସେମାନଙ୍କୁ ଏହି ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ। ସମ୍ପୃକ୍ତ ପିଇଏସଓ ପ୍ରମାଣଧାରୀମାନେ ନିଜର ପ୍ରମାଣପତ୍ରକୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ କମିଶନରଙ୍କ ନିକଟରେ ଦାଖଲ କରି ସବୁଜ ବାଣ ବିକ୍ରି ପାଇଁ ଅନୁମତି ନେଇପାରିବେ । ଯେଉଁମାନଙ୍କ ପାଖରେ ପିଇଏସଓ ପ୍ରମାଣପତ୍ର ନଥିବ ସେହି ବ୍ୟବସାୟୀମାନେ ବାଣ ବିକ୍ରି କରିବାକୁ ଅନୁମତି ପାଇବେ ନାହିଁ ।

ସେହିପରି ଯେଉଁ ରିଟେଲରମାନେ ଇଣ୍ଡିଆନ ଏକ୍ସପ୍ଲୋସିଭ୍ ଆକ୍ଟ-୧୯୪୮ ଅନ୍ତର୍ଗତ କର୍ତ୍ତୃପକ୍ଷଙ୍କଠୁ ଲାଇସେନ୍ସ ପାଇଥିବେ ସେମାନେ ମଧ୍ୟ ସବୁଜ ବାଣ ବିକ୍ରି କରିପାରିବେ । ରିଟେଲରମାନେ କେବଳ ସେମାନଙ୍କୁ ଆବଣ୍ଟିତ ସ୍ୱତନ୍ତ୍ର ଅଂଚଳରେ ଏହି ସବୁଜ ବାଣ ବିକ୍ରି କରିପାରିବେ। ଇଣ୍ଟରନେଟରେ ସବୁଜ ବାଣ ବିକ୍ରି ଉପରେ କଟକଣା ରହିଛି । ହୋଲସେଲ ଓ ରିଟେଲରଙ୍କୁ ଓରିଜିନାଲ ଇନଭଏସ ଦେଖାଇବାକୁ ପଡ଼ିବ।
ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ କେବଳ ସବୁଜ ବାଣ ଫୁଟାଯିବ। ସବୁଜ ବାଣକୁ ମଧ୍ୟ ସର୍ବସାଧାରଣ ସ୍ଥାନରେ ନଫୁଟାଇବାକୁ ପରାମର୍ଶ ଦିଆଯାଇଛି। ଏହି ନିୟମ ଅବା ସମୟ ବାହାରେ ବାଣ ଫୁଟାଇଲେ କଠୋର ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ। ଏସବୁ ସର୍ତ୍ତାବଳୀକୁ କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଳ୍ଲା ପ୍ରଶାସନ ଓ ପୁଲିସ କମିଶନରେଟକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଅଂଚଳରେ ଏଭଳି ନିୟମର ଉଲ୍ଲଘଂନ ହେବ, ସେହି ଅଂଚଳର ପ୍ରଶାସନିକ ଅଫିସରଙ୍କୁ ବ୍ୟକ୍ତିଗତ ଭାବେ ସୁପ୍ରିମକୋର୍ଟ,ଏନଜିଟି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନାର ସମ୍ମୁଖୀନ ହେବାକୁ ପଡ଼ିବ। ଏସବୁ ବ୍ୟତୀତ ଦୀପାବଳି,ଛଟପୂଜା ଓ କାର୍ତ୍ତିକପୂର୍ଣ୍ଣିମା ଆଦି ପର୍ବରେ ସମୂହ ଏକଜୁଟ ନହୋଇ ଘରେ ପାଳନ କରିବାକୁ ଏସଆରସି ପରାମର୍ଶ ଦେବା ସହ କୋଭିଡ୍ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଛଡ଼୍‌ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story