Advertisment

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ : ଏସ୍‌ଆର୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହୋଇଛି। ପାରାଦୀପଠାରୁ ୧୩୪ କି.ମି. ଦୂରରୁ ଏହା ଅତିକ୍ରମ କରିବ। ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ  ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ।”  ସ୍ୱତନ୍ତ୍ର ରିଲିଫ୍‌ କମିଶନର […]

ଅଦ୍ୟତନ ହୋଇଛି
ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ : ଏସ୍‌ଆର୍‌ସି

SRC

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହୋଇଛି। ପାରାଦୀପଠାରୁ ୧୩୪ କି.ମି. ଦୂରରୁ ଏହା ଅତିକ୍ରମ କରିବ। ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ  ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ।”  ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ୱାଦିନ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Advertisment

ସେ ଆହୁରି କହିଛନ୍ତି, “ ଆଜି ୬୫ କି.ମି. ବେଗରେ ପବନ ବହିବା ସହ ଆସନ୍ତା କାଲି ୭୦ରୁ ୯୦ କି.ମି. ବେଗରେ ପବନ ବହିବ। ଆଜି ପୁରୀ ଓ ଗଞ୍ଜାମରେ ୪୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ୯ ଜିଲ୍ଲାକୁ NDRF, ଓଡ୍ରାଫ୍ ଟିମ୍ ପଠାଯାଇଛି।”

ବାତ୍ୟା ସମୟରେ ଲୋକେ ଘରୁ ନବାହାରିବାକୁ ଏସ୍‌ଆର୍‌ସି ନିବେଦନ କରିବା ସହିତ ୧୦ ତାରିଖରେ ଓଡ଼ିଶାରେ ଏହାର ପ୍ରଭାବ କିଛି ରହିବ ନାହିଁ ବୋଲି ଆଶା କରାଯାଉଥିବା କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଅତି ଭୟଙ୍କର ରୂପ ନେଇ ସାରିଛି ବାତ୍ୟା ‘ବୁଲ୍‌ବୁଲ୍‌’ । ଆଜି ସକାଳ ୫ଟା ୩୦ରେ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe