vlcsnap
ଜଗତସିଂହପୁର: ଜଗତସିଂହପୁରର ଝଙ୍କଡର ଶାରଳା ପୀଠରେ ଶ୍ରୀବଳଭଦ୍ରଙ୍କ ଦାରୁ ବୃକ୍ଷ ଛେଦନ ପରେ ଚାଲିଛି ଚାଉପଟ କାର୍ଯ୍ୟ। ଏହାସହ ଶ୍ରୀକ୍ଷେତ୍ର ଅଭିମୁଖେ ଯିବା ପାଇଁ ମଧ୍ୟ ଶଗଡି ତିଆରି କାର୍ଯ୍ୟ ମଧ୍ୟ ତିଆରି ହୋଇଛି। ତେନ୍ତୁଳୀ ଓ ବର କାଠରେ ତିଆରି ହୋଇଛି ଏହି ଶଗଡି। ଶ୍ରୀ ବଳଭଦ୍ରଙ୍କ ଦାରୁର ଚଉପଟ କାର୍ଯ୍ୟ ଶେଷ ହେବା ପରେ ଦାରୁଙ୍କ ସ୍ୱତନ୍ତ୍ର ବସ୍ତ୍ରରେ ଘେରାଯିବ। ଏହାପରେ କଟକ ଓ ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଶାରଳାପୀଠରୁ ଶ୍ରୀଦାରୁଙ୍କୁ ନିଆଯିବ।
ଦୁଇ ଦିନ ଧରି ଚାଲିଥିବା ମହାଯଜ୍ଞରେ ଶେଷ ହେବା ପରେ ଦାରୁ ବୃକ୍ଷରେ ସୁନା ଓ ରୁପା କୁରାଢ଼ି ସ୍ପର୍ଶ କରାଇଥିଲେ ବିଦ୍ୟାପତି ଓ ବିଶ୍ୱାବସୁ। ଏହା ପରେ ବିଶ୍ୱକର୍ମା ସେବାୟତମାନେ ଆରମ୍ଭ କରି ଥିଲେ ଦାରୁ ବୃକ୍ଷ ଛେଦନ କାର୍ଯ୍ୟ। ଗତକାଲି ୧୨ଟା ୪୭ରେ ଭୁପତିତ ହୋଇଥିଲା ଶ୍ରୀ ବଳଭଦ୍ରଙ୍କ ଦାରୁ। ବୃକ୍ଷର ଅବଶିଷ୍ଠକୁ ଏକ ସ୍ୱତନ୍ତ୍ର ଗାତରେ ପାତାଳୀ କରାଯାଇଛି । ଦାରୁ ବୃକ୍ଷର ଚାଉପଟ କାର୍ଯ୍ୟ ଦେଖିବା ପାଇଁ ଶାରଳା ପୀଠ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/vlcsnap-2015-04-26-10h38m36s040.png)