Advertisment

ଧୂପକାଠି ହୋଇ ବିକ୍ରିହେବ ଶ୍ରୀ ଜଗନ୍ନାଥଙ୍କ ଫୁଲ ତୁଳସୀ !

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀ ଜଗନ୍ନାଥଙ୍କ ଫୁଲ ତୁଳସୀ ବିକ୍ରି ହେବ। ପ୍ରକ୍ରିୟାକରଣ ପରେ ଏହାର ଖତକୁ ଧୂପକାଠି ଭାବେ ବ୍ୟବହାର କରାଯିବ। ଯାହାର ନାଁ ରହିବ ମଙ୍ଗଳଦୀପ। ଏମିତି ଏକ ଅଜବ ଖବର ଶୁଣିବାକୁ ମିଳୁଛି। କୋଟି କୋଟି ଓଡ଼ିଆ ତଥା ଭାରତୀୟ ହିନ୍ଦୁଙ୍କ ପରାମ ଆରାଧ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଲାଗି ତୁଳସୀ ଓ ଫୁଲରେ ଧୂପକାଠି ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଥିବା ଖବର ମିଳିବା ପରେ ଏବେ ସାଧାରଣ ଭକ୍ତଙ୍କ ଭାବାବେଗରେ […]

ଧୂପକାଠି ହୋଇ ବିକ୍ରିହେବ ଶ୍ରୀ ଜଗନ୍ନାଥଙ୍କ ଫୁଲ ତୁଳସୀ !

45 (2)

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀ ଜଗନ୍ନାଥଙ୍କ ଫୁଲ ତୁଳସୀ ବିକ୍ରି ହେବ। ପ୍ରକ୍ରିୟାକରଣ ପରେ ଏହାର ଖତକୁ ଧୂପକାଠି ଭାବେ ବ୍ୟବହାର କରାଯିବ। ଯାହାର ନାଁ ରହିବ ମଙ୍ଗଳଦୀପ। ଏମିତି ଏକ ଅଜବ ଖବର ଶୁଣିବାକୁ ମିଳୁଛି। କୋଟି କୋଟି ଓଡ଼ିଆ ତଥା ଭାରତୀୟ ହିନ୍ଦୁଙ୍କ ପରାମ ଆରାଧ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଲାଗି ତୁଳସୀ ଓ ଫୁଲରେ ଧୂପକାଠି ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଥିବା ଖବର ମିଳିବା ପରେ ଏବେ ସାଧାରଣ ଭକ୍ତଙ୍କ ଭାବାବେଗରେ ଆଘାତ ଲାଗିଛି।

Advertisment

ହେଲେ ଘଟଣାର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମହାପ୍ରଭୁଙ୍କ ଉଲାଗି ଫୁଲ ତୁଳସୀ ମହାପ୍ରସାଦ ତୁଲ୍ୟ ସମ୍ମାନାସ୍ପଦ। ଏଣୁ ଏହାକୁ ଧୂପକାଠି କରି ପୋଡ଼ିବା କେତେଦୂର ଗ୍ରହଣ ଯୋଗ୍ୟ ତାହାକୁ ନେଇ ଆପତ୍ତି ଉଠାଇଛନ୍ତି କିଛି ବୁଦ୍ଧିଜୀବୀ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ପରିଚାଳନା କମିଟି ବୈଠକରେ ଏ ନେଇ କୁଆଡ଼େ ଆଲୋଚନା ହୋଇଥିବା ଶ୍ରୀ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ପଟ୍ଟନାୟକଙ୍କ ଅଭିଯୋଗ ମୁତାବକ ବୈଠକର ବିଷୟ ସୂଚି ପୃଷ୍ଠା ନଂ ୬ରେ ଏ ନେଇ ସିବଶେଷ ତଥ୍ୟ ଉଲ୍ଲେଖ କରାଯାଇଛି।

Advertisment

ହସ୍ତଗତ ହୋଇଥିବା ବିଷୟ ସୂଚୀରେ ଲିଖିତ ଅଛି ଯେ,“ଲାଗି ହେଉଥିବା ଫୁଲ ତୁଳସୀ ଇତ୍ୟାଦି ଦ୍ୱାରା ଖତ(compost) ତିଆରି ପାଇଁ ପ୍ଲାଣ୍ଟ ସ୍ଥାପନ ହେବ। ଏଥିପାଇଁ ଯାହା ଖର୍ଚ୍ଚ ହେବ  ତାହା ଆଇଟିସି ଦ୍ୱାରା ନିର୍ମିତ ମଙ୍ଗଳଦୀପ ଗ୍ରୀନ୍‌ ଟେମ୍ପୁଲ ଅଗରବତୀ ବିକ୍ରି ଲବ୍ଧ ଅର୍ଥରୁ ଭରାଣା କରାଯିବ। ଅର୍ଥାତ୍‌ କମ୍ପାନୀ ଓରମାସ୍‌ ସହ ମିଶି ଅଗରବତୀ ପ୍ରସ୍ତୁତ କରିବେ, ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତିପ୍ରାପ୍ତ ବୋଲି ଲେଖାଯିବ...।”  

ଏ ସମ୍ପର୍କରେ ଜଗନ୍ନାଥ ସେନା ଆବାହକଙ୍କ ମତ ନିଆଯିବାରୁ ସେ ଏହାକୁ କଠୋର ନିନ୍ଦା କରିବା ସହ ଏହା ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି। ଯାହାକୁ ଆମେ ଶ୍ରଦ୍ଧାରେ ପ୍ରସାଦ ଭାବେ ଗ୍ରହଣ କରୁଛୁ ତାହାକୁ ପୋଡିବା ନିହାତି ଭାବେ ଆପତ୍ତିଜନକ ବୋଲି ସେ କହିଛନ୍ତି। ଏଣେ ଏ ବାବଦରେ ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡାଙ୍କୁ ପଚାରିବାରୁ ସେ ଘଟଣାକୁ ମିଛ ବୋଲି କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏଭଳି କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe