Advertisment

ଚର୍ଚ୍ଚାକୁ ଫେରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୁଣି ଚର୍ଚ୍ଚାକୁ ଫେରିଛି। ମେଘନାଦ ପାଚେରିର ୧୦୦ ମିଟର ଅଞ୍ଚଳରେ ରାଜ୍ୟ ସରକାରଙ୍କ ନିର୍ମାଣ କାମ ବୈଧତା ଉପରେ କେନ୍ଦ୍ର ମନ୍ତ୍ରୀ କରିଥିବା ଏକ ଚିଠି ଏହାର କାରଣ ହୋଇଛି। ଶ୍ରୀମନ୍ଦିର ପ୍ରସଙ୍ଗ ନେଇ ସଂସଦରେ ଭୁବନେଶ୍ୱର ସାଂସଦ ଅପରାଜାତି ଷଡଙ୍ଗୀ କରିଥିବା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ।  ଅପରାଜିତାଙ୍କୁ ଲେଖିଥିବା ଏକ ଚିଠିରେ ସେ ଉଲ୍ଲେଖ କରିଛନ୍ତି ନିଷିଦ୍ଧାଞ୍ଚଳରେ ଭକ୍ତମାନଙ୍କ […]

ଚର୍ଚ୍ଚାକୁ ଫେରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ

srimandir

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୁଣି ଚର୍ଚ୍ଚାକୁ ଫେରିଛି। ମେଘନାଦ ପାଚେରିର ୧୦୦ ମିଟର ଅଞ୍ଚଳରେ ରାଜ୍ୟ ସରକାରଙ୍କ ନିର୍ମାଣ କାମ ବୈଧତା ଉପରେ କେନ୍ଦ୍ର ମନ୍ତ୍ରୀ କରିଥିବା ଏକ ଚିଠି ଏହାର କାରଣ ହୋଇଛି। ଶ୍ରୀମନ୍ଦିର ପ୍ରସଙ୍ଗ ନେଇ ସଂସଦରେ ଭୁବନେଶ୍ୱର ସାଂସଦ ଅପରାଜାତି ଷଡଙ୍ଗୀ କରିଥିବା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ।  ଅପରାଜିତାଙ୍କୁ ଲେଖିଥିବା ଏକ ଚିଠିରେ ସେ ଉଲ୍ଲେଖ କରିଛନ୍ତି ନିଷିଦ୍ଧାଞ୍ଚଳରେ ଭକ୍ତମାନଙ୍କ ପାଇଁ ପାଣି, ବିଦ୍ୟୁତ, ଡ୍ରେନ, ଶୌଚାଳୟ ଭଳି ସୁବିଧା କରାଯାଇପାରିବ। ଏହା ବ୍ୟତୀତ ଅନ୍ୟ କୌଣସି ବୃହତ ନିର୍ମାଣ ହୋଇପାରିବନି।

Advertisment

ଏଥିସହ National monument Authority ବା NMAର NOC ଯାହା ପୁରୀ ସାଂସଦ ପିନାକୀ ମିଶ୍ର ବାରମ୍ବାର ଦେଖାଉଥିଲେ ତାକୁ ଖାରଜ ସହ ଏହି ପତ୍ର NOC ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ । ଆଜି ସାଂସଦ ଶ୍ରୀମତି ଷଡଙ୍ଗୀ ନିକଟକୁ ଏହି ଚିଠି ପହଞ୍ଚିବା ପରେ ନୂଆ ଅଲୋଚନା ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe