/odisha-reporter/media/post_attachments/uploads/2016/02/modi-at-puri1.jpg)
modi-at-puri
ପୁରୀ: ଜଟଣୀରେ ନାଇଜରର ସ୍ଥାୟୀ କ୍ୟାମ୍ପସ୍ ଓ ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, କୌଳିକ ପଣ୍ଡା ଓ ସ୍ଥାନୀୟ ବିଜେପି ନେତାଙ୍କୁ ଗହଣରେ ଯାଇ ମୋଦି ଗର୍ଭଗୃହରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ସେ ମନ୍ଦିର ପରିସରରେ ଅଧାଘଣ୍ଟାରୁ ଅଧିକ ସମୟ ରହିଥିଲେ।
ଜଟଣୀରେ ନାଇଜରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପିତ କରିବା ପରେ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପୁରୀ ଯାଇଥିଲେ। ପ୍ରାୟ ୧୧ଟା ବେଳେ ସେ ପୁରୀ ତାଳବଣି ହେଲିପ୍ୟାଡରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ପୁରୀ ଜିଲ୍ଲାପାଳ ଓ ଏସପି ସ୍ୱାଗତ କରିଥିଲେ।
ସିଂହଦ୍ୱାରରେ ମୋଦିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର, କୌଳିକ ପଣ୍ଡା, ବିଜେପିର ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଓ ଅନ୍ୟମାନେ ସ୍ୱାଗତ କରିଥିଲେ। ମୋଦିଙ୍କୁ ଦେଖିବା ପାଇଁ ବଡ଼ଦାଣ୍ଡରେ ହଜାର ହଜାର ଲୋକ ବ୍ୟାରିକେଡ କଡ଼ରେ ଛିଡା ହୋଇଥିଲେ।
ଶ୍ରୀଜିଉଙ୍କ ଦର୍ଶନ କରି ଫେରିବା ପରେ ମୋଦି ଟ୍ୱଟ କରି କହିଥିଲେ ଯେ, ପୁରୀବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ତାଙ୍କ ହୃଦୟକୁ ଛୁଇଁଛି।
ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଆଜି ପ୍ରଥମ ଥର ପାଇଁ ପୁରୀ ଆସିଥିଲେ। ଏହା ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନ ବେଳେ ସେ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
