Advertisment

ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ସୁଭଦ୍ରାଙ୍କ ଦାରୁ ଶଗଡି

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ଗଡି ଚାଲିଛି ଦେବୀ ସୁଭଦ୍ରାଙ୍କ ଦାରୁ ଶଗଡ଼ି। ଗତକାଲି ଅପରାହ୍ନରେ ଭୁବନେଶ୍ୱର ଟଙ୍କପାଣି ରୋଡ୍ ସାଇ ମନ୍ଦିରରୁ ଯାତ୍ରା ଆରମ୍ଭ କରିଥିବା ଦାରୁ ଶଗଡ଼ି ପିପିଲିରେ ପହଞ୍ଚିଛି। ଆଜି ଏଠାରୁ ଦାରୁ ଶଗଡି ଆଗକୁ ବଢିଚାଲିଛି। ସକାଳ ୮ଟାରୁ ଦାରୁ ଶଗଡି ଶ୍ରୀକ୍ଷେତ୍ର ଅଭିମୁଖେ ଗଡିଚାଲିଛି। ସେପଟେ ଦାରୁ ଶଗଡି ଯେଉଁ ରାସ୍ତାରେ ଯାଉଛି ସେଠାରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ। ହଜାର ହଜାର ସଂଖ୍ୟାରେ ଲୋକ ଦେବୀ ସୁଭଦ୍ରାଙ୍କ ଦାରୁ ଦର୍ଶନ […]

author-image
Rakesh Mallick
ଅପରାହ୍ଣରେ ପାଣ୍ଡରାରୁ ଗଡିବ ସୁଭଦ୍ରାଙ୍କ ଦାରୁ ଶଗଡି

debi

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ଗଡି ଚାଲିଛି ଦେବୀ ସୁଭଦ୍ରାଙ୍କ ଦାରୁ ଶଗଡ଼ି। ଗତକାଲି ଅପରାହ୍ନରେ ଭୁବନେଶ୍ୱର ଟଙ୍କପାଣି ରୋଡ୍ ସାଇ ମନ୍ଦିରରୁ ଯାତ୍ରା ଆରମ୍ଭ କରିଥିବା ଦାରୁ ଶଗଡ଼ି ପିପିଲିରେ ପହଞ୍ଚିଛି। ଆଜି ଏଠାରୁ ଦାରୁ ଶଗଡି ଆଗକୁ ବଢିଚାଲିଛି। ସକାଳ ୮ଟାରୁ ଦାରୁ ଶଗଡି ଶ୍ରୀକ୍ଷେତ୍ର ଅଭିମୁଖେ ଗଡିଚାଲିଛି। ସେପଟେ ଦାରୁ ଶଗଡି ଯେଉଁ ରାସ୍ତାରେ ଯାଉଛି ସେଠାରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ। ହଜାର ହଜାର ସଂଖ୍ୟାରେ ଲୋକ ଦେବୀ ସୁଭଦ୍ରାଙ୍କ ଦାରୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି। ପୁରା ପରିବେଶ ରଥଯାତ୍ରା ଭଳି ମନେ ହେଉଛି। ଆନନ୍ଦ  ସହକାରେ ଭକ୍ତ ମାଆଙ୍କ ଶଗଡ଼ିକୁ ଟାଣି ନେଉଛନ୍ତି। ଗତ ୬ ତାରିଖରେ ଜଗତସିଂହପୁର ଜିଲ୍ଲା ଅଢ଼ଙ୍ଗଗଡ଼ରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଛି ଦେବୀ ସୁଭଦ୍ରାଙ୍କ ଦାରୁ।

Advertisment