Advertisment

ଶ୍ରୀକ୍ଷେତ୍ର ଅଭିମୁଖେ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ଅଭିମୁଖେ ଧୀରେ ଧୀରେ ଗଡିଚାଲିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟଦାରୁ ଶଗଡ଼ି। ଗତକାଲି ତେଇଶପୁର ଛକ ସୋମନାଥ ମନ୍ଦିରରେ ଅଟକିଥିବା ଦାରୁ ଶଗଡ଼ି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ ବୀରଗୋବିନ୍ଦପୁରେ ପହଞ୍ଚି ଶ୍ରୀ ବିଗ୍ରହଙ୍କ ଦାରୁ। ଏଥିଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି ଦାରୁ ଶଗଡି ନକଟରେ। ଶ୍ରଦ୍ଧାଳୁମାନେ ରାସ୍ତାରେ ଝୋଟି, ଚିତା ପକାଇ ଦାରୁ ଶଗଡ଼ିକୁ ସ୍ୱାଗତ କରୁଛନ୍ତି। ଆଜି ସନ୍ଧ୍ୟା ବା ରାତି ସୁଦ୍ଧା ଦାରୁ ଶଗଡ଼ି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶ୍ରୀକ୍ଷେତ୍ର ଅଭିମୁଖେ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି

JAGANATHA DARU

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ଅଭିମୁଖେ ଧୀରେ ଧୀରେ ଗଡିଚାଲିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟଦାରୁ ଶଗଡ଼ି। ଗତକାଲି ତେଇଶପୁର ଛକ ସୋମନାଥ ମନ୍ଦିରରେ ଅଟକିଥିବା ଦାରୁ ଶଗଡ଼ି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ ବୀରଗୋବିନ୍ଦପୁରେ ପହଞ୍ଚି ଶ୍ରୀ ବିଗ୍ରହଙ୍କ ଦାରୁ। ଏଥିଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି ଦାରୁ ଶଗଡି ନକଟରେ। ଶ୍ରଦ୍ଧାଳୁମାନେ ରାସ୍ତାରେ ଝୋଟି, ଚିତା ପକାଇ ଦାରୁ ଶଗଡ଼ିକୁ ସ୍ୱାଗତ କରୁଛନ୍ତି। ଆଜି ସନ୍ଧ୍ୟା ବା ରାତି ସୁଦ୍ଧା ଦାରୁ ଶଗଡ଼ି ପୁରୀରେ ପହଞ୍ଚିବା ସମ୍ଭାବନା ରହିଛି। ୨୨ ତାରିଖ ସକାଳେ ଶ୍ରୀଜଗନ୍ନାଥଙ୍କ ଦାରୁ କୋଇଲି ବୈକୁଣ୍ଠକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟାରେ ଦାରୁ ଶଗଡି ପିପିଲି ବାଟ ମହାବୀର ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ସମୟରେ ଶଙ୍କରାଚାର୍ଯ୍ୟ ଦାରୁ ଦର୍ଶନ କରିଥିଲେ । ପୁରୀ ଭୁବନେଶ୍ୱର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଠାକୁରଙ୍କୁ ଦର୍ଶନ କରୁଥିଲେ।

Advertisment