Advertisment

‘ଶ୍ରୀମନ୍ଦିର ମରାମତି ପାଇଁ ଏଣିକି ୫ ବର୍ଷୀୟା ଯୋଜନା’

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମରାମତି ପାଇଁ ଏଣିକି ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ୍‌ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ASI ଓ ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ […]

author-image
Manoranjan Sial
ଅଦ୍ୟତନ ହୋଇଛି
ପୁରୀର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ପରିବେଶର ସୁରକ୍ଷା ଜରୁରୀ

Puri Temple

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମରାମତି ପାଇଁ ଏଣିକି ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ୍‌ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ASI ଓ ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର।

Advertisment

କ୍ରୀଷନ୍‌ କୁମାର ଆହୁରି କହିଛନ୍ତି-“ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ। ଏଥିପାଇଁ ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି। ଏହାର ଅଧ୍ୟକ୍ଷ ରହିବେ ଗଜପତି। ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ରହିବେ। ମାଟିତୋଟାରେ ୧୭ ଏକର ଜମିରେ ନିର୍ମାଣ ହେବ ଗୁରୁକୁଳ। ଏଥିପାଇଁ ପାଣ୍ଠି ଗଠନ ହେବ। ଗୁରୁକୁଳ ନିର୍ମାଣ ପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ଦେବେ।”

ସେ ଆହୁରି କହିଛନ୍ତି-“ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ଏଣିକି ମାଗଣାରେ ମିଳିବ ରଥ ଚକ। ରଥ ଯାତ୍ରା ପରେ ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଦିଆଯିବ। ଏଥିପାଇଁ ଏକ ସବ୍‌କମିଟିକୁ ଦାୟିତ୍ୱ ଦିଆଯିବ। କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଚକ ଦିଆଯିବ କମିଟି ଚୟନ କରିବ। ଅଧିକ ଆବେଦନକାରୀ ହେଲେ ଲଟେରୀ କରାଯିବ।”

Advertisment

ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତ ପରିବାରକୁ ଘର ମିଳିବ। ୮ ଏକର ଜମିରେ ବ୍ୟବସ୍ଥା ହୋଇଛି। ପରିବାର ପିଛା ୬୦୦ ବର୍ଗଫୁଟ ଜମି ମିଳିବ। ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ। ୨ ଲକ୍ଷ ସହ ସେବାୟତମାନେ ନିଜ ଅର୍ଥ ଲଗାଇ ଘର ତିଆରି କରି ପାରିବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି।

ସେପଟେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଛି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଶ୍ରୀମନ୍ଦିର ବାହାର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି। ଭିତର ଭଣ୍ଡାର ଅବସ୍ଥା ମଧ୍ୟ ସମାନ ରହିଛି। ଏହି ଖବର ସାମ୍ନାକୁ ଆସିବା ପରେ ଜଗନ୍ନାଥ ପ୍ରେମିଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

Puri Shreemandir Sri Jagannath