/odisha-reporter/media/post_attachments/uploads/2022/05/Parikrama-project.jpg)
Parikrama-project
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୀଘ୍ର ସାରିବାକୁ ହାଇକୋର୍ଟରେ ଆବେଦନ ହୋଇଛି। ଆଜି ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତ କୋର୍ଟଙ୍କ ନିକଟରେ ଏହି ନିବେଦନ କରିଛନ୍ତି। ଯେଉଁ ରିଟ୍ ପିଟିସନରେ ରାଜ୍ୟ ସରକାର ଓ ଏଏସ୍ଆଇକୁ ପକ୍ଷଭୁକ୍ତ କରଯାଇଛି। ଆବେଦନରେ ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ, ଏସଆଇ ଡିଜି, ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେବା ଲାଗି ପ୍ରାର୍ଥନା ହୋଇଛି। ଏହାଛଡ଼ା ରାଜ୍ୟ ସରକାରଙ୍କୁ ଅବିଳମ୍ବେ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରାର୍ଥନା ମଧ୍ୟ ହୋଇଛି।
ପିଟିସନରେ ମୁଷ୍ଟିମେୟ ଲୋକ ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ନିଜକୁ ନେତା ଦର୍ଶାଇବା ଲାଗି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ରାଜନୈତିକ ଉଦେଶ୍ୟ ପଣୋଦିତ ଷଡ଼ଯନ୍ତ୍ର କରି ପ୍ରକଳ୍ପ କାମ ଅଟକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଉଥିବା ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବେଆଇନ ଭାବେ ହେଉଥିବା ଅଭିଯୋଗ ହୋଇଆସୁଛି। ଏଏସ୍ଆଇର ବିନା ଅନୁମତିରେ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗିଥିବା ୧୦୦ ମିଟର ଅଞ୍ଚଳରେ ପ୍ରକଳ୍ପ କାମ ହେଉଥିବା ନେଇ ହାଇକୋର୍ଟରେ ମାମଲା ମଧ୍ୟ ଚାଲିଛି। ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ବିରୋଧୀ ଦଳ ଘେରିବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
