Advertisment

ଶ୍ରୀମନ୍ଦିର ଜଗମୋହନର ସ୍ଥିତି ଉଦ୍‌ବେଗଜନକ

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ଜଗମୋହନର ୪ଟି ପିଲାର ଦୁର୍ବଳ ହୋଇପଡ଼ିଛି। ପଥରରେ ଅନେକ ସ୍ଥାନରେ ଫାଟ ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର  କହିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରେ ବିମ୍‌ର ତଳେ ଥିବା ଲୁହା ପ୍ଲେଟ୍ ଯୋଗୁ ପଥର ଗୁଡ଼ିକ ଝୁଲନ୍ତା ଅବସ୍ଥାରେ ରହିଛି। ଏଥିପାଇଁ ସ୍ୱତନ୍ତ୍ର ପ୍ଲାନ୍ ଅଫ୍ ଆକ୍ସନ ଜରୁରୀ। ଏ ନେଇ ସଚିବାଳୟ ଠାରେ ବୈଷିୟିକ କୋର୍‌ କମିଟି ସଦସ୍ୟମାନଙ୍କୁ ନେଇ ଏକ ବୈଠକ ବସିଥିଲା। […]

ଅଦ୍ୟତନ ହୋଇଛି
ଏଏସ୍‌ଆଇ ସୂଚନା: ଜଗମୋହନ ମରାମତି କାମ ଆପାତତଃ ଶେଷ ହୋଇଛି

puri

Advertisment

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ଜଗମୋହନର ୪ଟି ପିଲାର ଦୁର୍ବଳ ହୋଇପଡ଼ିଛି। ପଥରରେ ଅନେକ ସ୍ଥାନରେ ଫାଟ ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର  କହିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରେ ବିମ୍‌ର ତଳେ ଥିବା ଲୁହା ପ୍ଲେଟ୍ ଯୋଗୁ ପଥର ଗୁଡ଼ିକ ଝୁଲନ୍ତା ଅବସ୍ଥାରେ ରହିଛି। ଏଥିପାଇଁ ସ୍ୱତନ୍ତ୍ର ପ୍ଲାନ୍ ଅଫ୍ ଆକ୍ସନ ଜରୁରୀ। ଏ ନେଇ ସଚିବାଳୟ ଠାରେ ବୈଷିୟିକ କୋର୍‌ କମିଟି ସଦସ୍ୟମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ଜଗମୋହନର ସ୍ଥିତି ଏବଂ ମରାମତି ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Advertisment

 ଶ୍ରୀମନ୍ଦିର ଜଗମୋହନରୁ ଚୂନ ଛଡାଯିବା ପରେ ୪ଟି ପିଲାରରେ ସୃଷ୍ଟି ହୋଇଥିବା ଫାଟ ସ୍ପଷ୍ଟ ଜଣାପଡିଛି। ଅନୁମାନ କରାଯାଉଛି ପିଲାର ଉପରେ ଥିବା ୨୦ ଫୁଟ ଲମ୍ବ ଓ ୩ ଫୁଟ ଚଉଡାର ୮ଟି ପଥର ଯୋଗୁଁ ଏଥିରେ ଫାଟ ସୃଷ୍ଟି ହୋଇଛି। ବିମ୍‌କୁ ସପୋର୍ଟ ଦେବା ପାଇଁ ଏଠାରେ ସ୍ୱତନ୍ତ୍ର ଫାଉଣ୍ଡେସନ ସହ ଷ୍ଟେନଲେସ୍‌ ଷ୍ଟିଲ୍‌ ଫ୍ରେମ ଦିଆଯିବାକୁ ଯୋଜନା ରହିଛି। ଆସନ୍ତା ୨୫ ତାରିଖରେ ଆଇଆଇଟି ଚେନ୍ନାଇର ପ୍ରଫେସର ମେନନ୍‌ ଓ ତାଙ୍କ ଟିମ୍‌ ଆସି ଯାଞ୍ଚ କରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe