Advertisment

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର, ବେଆଇନ ଐତିହ୍ୟ କରିଡର କାମ ବନ୍ଦ ହେଉ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବେଆଇନ ଭାବେ ଚାଲିଥିବା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣ କାମ ବନ୍ଦ ହଉ। ଯଥା ଶୀଘ୍ର ବିଶେଷଜ୍ଞ କମିଟି ଗଠନ କରି ସ୍ଥିତିର ଅନୁଧ୍ୟାନ କରାଯାଉ। ଶ୍ରୀମନ୍ଦିର ଐତିହ୍ୟ କରିଡର୍ ନିର୍ମାଣ ପ୍ରସଙ୍ଗରେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଅନିଲ ଧିର ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଦିଲ୍ଲୀରେ ଭେଟି ଏଭଳି ଦାବି କରିଛନ୍ତି। ସେ ପ୍ରକାଶ କରିଛନ୍ତି, ଶ୍ରୀମନ୍ଦିରର ମେଘନାଦ ପାଚେରି ଠାରୁ ବାହାର ୧୦୦ ମିଟର କରିଡର ପରିସରରେ […]

ଅଦ୍ୟତନ ହୋଇଛି
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର, ବେଆଇନ ଐତିହ୍ୟ କରିଡର କାମ ବନ୍ଦ ହେଉ

corrider-project

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବେଆଇନ ଭାବେ ଚାଲିଥିବା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣ କାମ ବନ୍ଦ ହଉ। ଯଥା ଶୀଘ୍ର ବିଶେଷଜ୍ଞ କମିଟି ଗଠନ କରି ସ୍ଥିତିର ଅନୁଧ୍ୟାନ କରାଯାଉ। ଶ୍ରୀମନ୍ଦିର ଐତିହ୍ୟ କରିଡର୍ ନିର୍ମାଣ ପ୍ରସଙ୍ଗରେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଅନିଲ ଧିର ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଦିଲ୍ଲୀରେ ଭେଟି ଏଭଳି ଦାବି କରିଛନ୍ତି।

Advertisment

ସେ ପ୍ରକାଶ କରିଛନ୍ତି, ଶ୍ରୀମନ୍ଦିରର ମେଘନାଦ ପାଚେରି ଠାରୁ ବାହାର ୧୦୦ ମିଟର କରିଡର ପରିସରରେ ନିର୍ମାଣ କାର୍ଯ୍ୟ ବେଆଇନ। ଏହାସତ୍ତ୍ୱେ ବଡ଼ ବଡ଼ ଖନନ କରାଯାଉଛି। ଏହି ନିର୍ମାଣ ସମ୍ପର୍କରେ ରାଜ୍ୟ ସରକାର ଲୋକଙ୍କୁ ଅବଗତ କରୁନାହିଁ। ନିର୍ମାଣ କାମର ପ୍ରଭାବ ଆକାଳନ କରାଯାଇନାହିଁ। ପ୍ଲାନର ପ୍ରକୃତ ଚିତ୍ର ସର୍ବସାଧାରଣ କରାଯାଇନାହିଁ। କୋର୍ଟରେ ମାମଲା ଥିଲେ ବି ଏହି କାମ ବନ୍ଦ ହେଉନି। କାମ ଦିନରାତି ଚାଲିଛି। ଏହା ଭକ୍ତ ଓ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ତେଣୁ ପ୍ରକୃତ ସ୍ଥିତି ଲୋକଙ୍କୁ ଅବଗତ କରିବା ନିମନ୍ତେ କେନ୍ଦ୍ର ସଂସ୍କୃତି ବିଭାଗ ପଦେକ୍ଷପ ନେଉ ବୋଲି ସେ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe