Advertisment

ଶ୍ରୀମନ୍ଦିର ପ୍ରକଳ୍ପରେ ପୁଣି କେଁ: ଶିଖ୍ ସମୁଦାୟଙ୍କ ଆସ୍ଥା ପୀଠରେ ଶୌଚାଳୟ ନିର୍ମାଣ, ରିପୋର୍ଟ ତଲବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଉଦ୍ଦିଷ୍ଟ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ରେ ପୁଣି କେଁ ପଶିଛି । ପୁରୀରେ ଶିଖ୍ ଧର୍ମାବଲମ୍ବୀଙ୍କ ଆସ୍ଥାର ପ୍ରତୀକ ଥିବା ଗୁରୁଦ୍ୱାର କୋଠା(ଶ୍ରୀମନ୍ଦିର ପାଶ୍ୱର୍ରେ ଥିବା)ରେ ଶୌଚାଳୟ ନିର୍ମାଣ କରାଯାଉଥିବା ନେଇ ଏକ ଭିଡିଓକୁ ନିଜ ଆଡ଼ୁ ଜାତୀୟ ସଂଖ୍ୟାଲଘୁ କମିଶନ ବିଚାରକୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୦ଦିନ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ପ୍ରକଳ୍ପରେ ପୁଣି କେଁ: ଶିଖ୍ ସମୁଦାୟଙ୍କ ଆସ୍ଥା ପୀଠରେ ଶୌଚାଳୟ ନିର୍ମାଣ, ରିପୋର୍ଟ ତଲବ

parikrama

Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଉଦ୍ଦିଷ୍ଟ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ରେ ପୁଣି କେଁ ପଶିଛି । ପୁରୀରେ ଶିଖ୍ ଧର୍ମାବଲମ୍ବୀଙ୍କ ଆସ୍ଥାର ପ୍ରତୀକ ଥିବା ଗୁରୁଦ୍ୱାର କୋଠା(ଶ୍ରୀମନ୍ଦିର ପାଶ୍ୱର୍ରେ ଥିବା)ରେ ଶୌଚାଳୟ ନିର୍ମାଣ କରାଯାଉଥିବା ନେଇ ଏକ ଭିଡିଓକୁ ନିଜ ଆଡ଼ୁ ଜାତୀୟ ସଂଖ୍ୟାଲଘୁ କମିଶନ ବିଚାରକୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୦ଦିନ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଜାତୀୟ ସଂଖ୍ୟାଲଘୁ କମିଶନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇନଥିବା ଜଣାପଡ଼ିଛି ।
Advertisment
ଜାତୀୟ ସଂଖ୍ୟାଲଘୁ କମିଶନ ଦେଇଥିବା ଅବଧି ଜୁନ୍ ୪ ତାରିଖରେ ଶେଷ ହୋଇଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏନେଇ ଗତକାଲି ରାଜ୍ୟ ସରକାର ରିପୋର୍ଟ ମାଗିଛନ୍ତି । ଶିଖ୍ ଧର୍ମାବଲମ୍ବୀ ସର୍ବୋଚ୍ଚ ଗୁରୁ ନାନକ ଦେବ ପୁରୀଙ୍କ ଆଗମନର ସ୍ମୃତି ରକ୍ଷା ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଶୌଚାଳୟ ନିର୍ମାଣ କରୁଥିବାର ସଙ୍ଗୀନ ଅଭିଯୋଗକୁ ଜାତୀୟ ସଂଖ୍ୟାଲଘୁ କମିଶନଙ୍କ ନିଜଆଡ଼ୁ ବିଚାରକୁ ନେଇ ମେ’ ୨୬ତାରିଖରୁ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି ବୈଧାନିକ ସଂସ୍ଥା ପ୍ରତି ମଧ୍ୟ ସମ୍ମାନ ଦେଖାଇବାକୁ ଉଚିତ୍ ମଣିନଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଜାତୀୟ ସଂଖ୍ୟାଲଘୁ କମିଶନ ଏକ ୟୁଟ୍ୟୁବ୍ ଭିଡିଓକୁ ବିଚାରକୁ ନେଇ ଗତ ମେ’ ୨୬ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଜାରି କରିଥିବା ନୋଟିସରେ ଦର୍ଶାଇଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଯେଉଁ ସ୍ଥାନକୁ ଗୁରୁ ନାନକ ଦେବଙ୍କ ପୁରୀ ଆଗମନର ସ୍ମାରକୀ ଭାବେ ନିର୍ମାଣ କରିବାକୁ ଚିହ୍ନଟ ହୋଇଥିଲା ସେ ସ୍ଥାନକୁ ଏବେ ଶୌଚାଳୟ ନିର୍ମାଣ ନିମନ୍ତେ ଦୁରୁପଯୋଗ କରାଯାଉଛି । ଶିଖ୍ ଗୁରୁଙ୍କ ସୈନିକ(ନିହାଙ୍ଗ) ଜବର ଜଙ୍ଗ ସିଂ ନାମକ ବ୍ୟକ୍ତି ଏହି ଭିଡିଓ କରି ଗୁରୁ ନାନକ ଦେବଙ୍କ ପ୍ରତି ଅସମ୍ମାନ କରାଯାଉଥିବା ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଶିଖ୍ ଧର୍ମାବଲମ୍ବୀଙ୍କ ସଂଖ୍ୟା କମ୍ ଥିବାରୁ ସେମାନଙ୍କର ଧାର୍ମିକ ପୀଠର ଦୁରୁପଯୋଗ କରାଯାଉଛି ବୋଲି ସେମାନେ ଅନୁଭବ କରୁଛନ୍ତି । ଯେଉଁ ଗୁରୁଦ୍ୱାରରେ ଗୁରୁ ନାନକ ଦେବଙ୍କ ଦ୍ୱାରା ‘ଆରତୀ’ ଭଜନ ଲେଖାଯାଇଥିଲା ଓ ବୋଲା ଯାଇଥିଲା(ଭଜନ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ବାହାରକୁ ଚାଲି ଆସିଥିଲେ) ସେହି ଗୁରୁଦ୍ୱାରକୁ ଓଡ଼ିଶା ସରକାର ଉପଯୁକ୍ତ ସମ୍ମାନ ଦେଉନାହାନ୍ତି ବୋଲି ନିହାଙ୍ଗ ଶ୍ରୀ ସିଂ ଅଭିଯୋଗ କରିଛନ୍ତି ।
Advertisment
ଏହି ଘଟଣା ଶିଖ୍ ସଂଖ୍ୟାଲଘୁ ସମୁଦାୟର ଭାବନାକୁ ଆଘାତ ଦେଇଥିବାରୁ ନୋଟିସର ୧୦ଦିନ ମଧ୍ୟରେ ଅର୍ଥାତ୍ ଜୁନ୍ ୪ ତାରିଖ ସୁଦ୍ଧା ବିସ୍ତୃତ ଜବାବ ରଖିବାକୁ ଜାତୀୟ ସଂଖ୍ୟାଲଘୁ କମିଶନ ନିର୍ଦ୍ଦେଶ ଦେଇଥିଲେ । କମିଶନ ମଧ୍ୟ ଏହି ୟୁ-ଟ୍ୟୁବ ଭିଡିଓକୁ ରାଜ୍ୟ ସରକାରଙ୍କୁ ପଠାଇଛନ୍ତି ।
ମାତ୍ର ଜାତୀୟ ସଂଖ୍ୟାଲଘୁ କମିଶନ ଦେଇଥିବା ଅବଧି ଜୁନ୍ ୪ ତାରିଖରେ ଶେଷ ହୋଇଥିବାବେଳେ ରାଜ୍ୟ ସରକାର ଗତକାଲି ଏନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ନୋଟିସର ନକଲ ପଠାଇ ଜୁନ୍ ୨୧ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଶିଖ୍ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଥିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର କିଭଳି ଏତେ ବେପରୁଆ ମନୋଭାବ ପୋଷଣ କରିଛନ୍ତି ଓ ସଂଖ୍ୟାଲଘୁ କମିଶନଙ୍କୁ ଜବାବ ଦେବାକୁ ସମୟ ଗଡ଼ାଇଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe