ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ, ଉଭୟ ପକ୍ଷ ଦେବେ ଜରିମାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହି ମାମଲା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ଥିବା ବେଳେ ଆଜି ପ୍ରକାଶ ପାଇଛି ଏହାର ରାୟ। ସୁପ୍ରିମକୋର୍ଟ  ରାଜ୍ୟ ସରକାର ଓ ଆବେଦନକାରୀଙ୍କ ମାମଲା ରଦ୍ଦ କରିବା ସହ ଉଭୟ ପକ୍ଷଙ୍କ ଉପରେ ଜରିମାନା ପକାଇଛନ୍ତି। କୋର୍ଟଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି। ଏହା ପରେ ପ୍ରକଳ୍ପ କାମ […]

Supreme Court

Supreme Court

Niharika Rout
  • Published: Friday, 03 June 2022
  • Updated: 03 June 2022, 02:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହି ମାମଲା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ଥିବା ବେଳେ ଆଜି ପ୍ରକାଶ ପାଇଛି ଏହାର ରାୟ। ସୁପ୍ରିମକୋର୍ଟ  ରାଜ୍ୟ ସରକାର ଓ ଆବେଦନକାରୀଙ୍କ ମାମଲା ରଦ୍ଦ କରିବା ସହ ଉଭୟ ପକ୍ଷଙ୍କ ଉପରେ ଜରିମାନା ପକାଇଛନ୍ତି। କୋର୍ଟଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି। ଏହା ପରେ ପ୍ରକଳ୍ପ କାମ କିପରି ଆଗକୁ ଯିବ, କାହା ତତ୍ତ୍ୱାବଧାନରେ କାମ ହେବ,  ତାହା ଏ ଯାଏ ସ୍ପଷ୍ଟ ହୋଇନି।

ଏହି ପ୍ରକଳ୍ପ କାମ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ନିଜ ନ୍ୟସ୍ତ ସ୍ୱାର୍ଥ ପାଇଁ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଥିଲେ ସୁପ୍ରିମକୋର୍ଟ। ଏହାବାଦ ଉନ୍ନତି କାମ ଆଗେଇ ଚାଲିଥିବାରୁ ଏହା ମଧ୍ୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିବା କହିଛନ୍ତି ଆବେଦନକାରୀଙ୍କର ଓକିଲ ଗୌତମ ଦାସ। ବର୍ତ୍ତମାନ ଏଏସ୍‌ଆଇ ଓ ଅନ୍ୟ ଏଜେନ୍ସି ସହ ମିଶି ରାଜ୍ୟ ସରକାର ଏହି ପ୍ରକଳ୍ପ କାମ କରୁଥିବା ନେଇ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ରାୟ ସେମାନଙ୍କ ସପକ୍ଷରେ ଯାଇଛି ବୋଲି କହିଛନ୍ତି ଗୌତମ ଦାସ।

ଆଉ ମାତ୍ର ମାସେ ବ୍ୟବଧାନରେ ପଡ଼ିବ ରଥ ଯାତ୍ରା। ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରା ଦେଖିବାକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ସେମାନଙ୍କ ନିମନ୍ତେ ଟଏଲେଟର ଆବଶ୍ୟକତା ଥିବାରୁ ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି ବୋଲି ଯୁକ୍ତି ବାଢ଼ିଥିଲେ ରାଜ୍ୟ ସରକାର। ଜନସାଧାରଣଙ୍କ ସ୍ୱାର୍ଥରେ ଏସବୁ କରାଯାଉଛି ବୋଲି ରାଜ୍ୟ ସରକାର ମତ ଦେଇଥିବା ବେଳେ ସେମାନଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ।

ଏହି ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ମହାପ୍ରଭୁଙ୍କ ବାଣୀ ସୁପ୍ରିମକୋର୍ଟଙ୍କ ଜରିଆରେ କୁହାଯାଇଛି। ଯାହା ବିବାଦ ଥିଲାତଥା ଆଇନ, ବେଆଇନ ସବୁ ପ୍ରସଙ୍ଗ ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଏହି ପ୍ରସଙ୍ଗରେ ମୋତେ ମିଛୁଆ ବୋଲି କୁହାଗଲା, ରାଜନୈତିକ ଭାବେ ଟାର୍ଗେଟ କରାଗଲା। ହେଲେ ମୋର ସେଥିରେ କିଛି ଯାଏ ନାହିଁ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କିମ୍ବା ମୋର କୌଣସି ସ୍ୱାର୍ଥ ନ ଥିଲା। ମୁଁ କିନ୍ତୁ ନିସ୍ୱାର୍ଥ ଭାବେ କାମ କରିଛି ବୋଲି କହିଛନ୍ତି ପିନାକୀ ମିଶ୍ର।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା, କପିଲ ସିବଲ, ପିନାକୀ ମିଶ୍ର ଏହି ମାମଲା ଲ‍ଢ଼ୁଥିଲେ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଡ଼ ବିବାଦ ଉପୁଜିଥିବା ବେଳେ ASI ନିୟମ ଉଲ୍ଲଙ୍ଘନ କରି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାକୁ ନେଇ ରାଜ୍ୟ ସରକାର ଅକଳରେ ପଡ଼ିଥିବା ବେଳେ ଆଜି ପ୍ରକାଶିତ ସୁପ୍ରିମକୋର୍ଟଙ୍କ ରାୟ ଯୋଗୁ ସେମାନେ ଆଶ୍ୱସ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ,, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗକୁ ନେଇ ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କରି  ରାୟ ସଂରକ୍ଷିତ ରଖିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ହୋଇଥିବା ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଏହି ଶୁଣାଣି ହୋଇଥିଲା। ଏହି ମାମଲାର ଶୁଣାଣି ପାଇଁ ସୁମନ୍ତଙ୍କ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଅର୍ଦ୍ଧେନ୍ଦୁଙ୍କ ଓକିଲ ନଚିକେତା ଯୋଶୀ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ।

ପରିକ୍ରମା ପ୍ରକଳ୍ପ ନାଁରେ ଶ୍ରୀମନ୍ଦିରର ଶହେ ମିଟର ପରିଧୀ ମଧ୍ୟରେ ଚାଲିଥିବା ବେଆଇନ ନିର୍ମାଣ କାମ ଓ ଖନନ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଛି ବୋଲି ଦୁଇ ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ। ଏପରିକି ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ସେମାନେ ଉଲ୍ଲେଖ କରିଥିଲେ। ଏହି ନିର୍ମାଣ ଉପରେ ରୋକ ଲଗାଇବା ଲାଗି ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ତାହା ହୋଇପାରିନଥିଲା।  ଏଥିନିମନ୍ତେ ଦୁହେଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଶେଷରେ ନିରାଶ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story