ଶ୍ରୀମନ୍ଦିର ଭିତରେ କେବଳ ଦର୍ଶନକୁ ହଁ, ବାକି ସବୁକୁ ନା’

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କଟକଣା ଭିତରେ ଆଜି ସେବାୟତ ପରିବାର ଓ ସେବାୟତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି । ତେବେ ଶ୍ରୀମନ୍ଦିର ଖୋଲିବା ପରେ ପୂର୍ବରୁ ଘୋଷଣା ନିୟମ ସହ ଜିଲ୍ଲା ପ୍ରଶାସନ ଆଉ କିଛି କଡା ନିୟମ ଯୋଡିଛି । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ମନ୍ଦିର ଭିତରେ କେବଳ ଦର୍ଶନକୁ ହଁ କରାଯାଇଛି । ବାକି ସବୁକିଛି ମନା […]

puri-temple-2

Madhupriya Mistry
  • Published: Wednesday, 23 December 2020
  • , Updated: 23 December 2020, 02:36 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କଟକଣା ଭିତରେ ଆଜି ସେବାୟତ ପରିବାର ଓ ସେବାୟତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି । ତେବେ ଶ୍ରୀମନ୍ଦିର ଖୋଲିବା ପରେ ପୂର୍ବରୁ ଘୋଷଣା ନିୟମ ସହ ଜିଲ୍ଲା ପ୍ରଶାସନ ଆଉ କିଛି କଡା ନିୟମ ଯୋଡିଛି । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।

ମନ୍ଦିର ଭିତରେ କେବଳ ଦର୍ଶନକୁ ହଁ କରାଯାଇଛି । ବାକି ସବୁକିଛି ମନା ହୋଇଛି । ମନ୍ଦିର ଭିତରେ ଦୀପ ଜାଳବା ମନା। ସେହିପରି କୌଣସି ପ୍ରତିମାକୁ ଶ୍ରଦ୍ଧାଳୁ ଛୁଇଁପାରିବେ ନାହିଁ । ଏଥିସହ ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ବାରଣ ହୋଇଛ ।

ସେହିପରି ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଉପରେ ମଧ୍ୟ ରୋକ ଲଗାଯାଇଛି । ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି ଆସିବେ। ଟୋକନ ସହ ଆଧାର କାର୍ଡ ମଧ୍ୟ ସାଙ୍ଗରେ ଆଣିବେ । ମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଆଜିଠୁ ଶ୍ରୀମନ୍ଦିର ଖୋଲିବା ପରେ ୨ ଦିନ ଯାଏଁ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ । ୨୬ରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି । ସକାଳ ସାଢ଼େ ସାତଟା ପରେ ଦର୍ଶନ ଆରମ୍ଭ ହେବ।  ସମସ୍ତେ କେବଳ ସିଂହଦ୍ୱାର ବାଟେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ।

Related story