Advertisment

ଯୁଦ୍ଧ ବେଳେ ଯୋଦ୍ଧାଙ୍କ ଆନ୍ଦୋଳନ; ଆଣିଲେ ଏମିତି ଅଭିଯୋଗ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲର ଷ୍ଟାଫନର୍ସମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ। କୌଣସି ଆନୁଷଙ୍ଗିକ ସୁବିଧା ମିଳୁ ନଥିବା ପ୍ରତିବାଦରେ ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ଧାରଣାରେ ବସିଥିଲେ। ତେବେ ଉପ-ଜିଲ୍ଲାପାଳ, ଏମ୍‌କେସିଜି ଅଧୀକ୍ଷକ ଓ କୋଭିଡ୍ ହସ୍‌ପିଟାଲ୍ ମୁଖ୍ୟଙ୍କ ସହ ଆଲୋଚନା ପରେ ତଥା ଆବଶ୍ୟକ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ ଓ କାର୍ଯ୍ୟରେ ଯୋଗ ଦେବାକୁ ଘୋଷଣା କରିଥିଲେ।  ଏହି […]

ଅଦ୍ୟତନ ହୋଇଛି
ଯୁଦ୍ଧ ବେଳେ ଯୋଦ୍ଧାଙ୍କ ଆନ୍ଦୋଳନ; ଆଣିଲେ ଏମିତି ଅଭିଯୋଗ

berhampur

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲର ଷ୍ଟାଫନର୍ସମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ। କୌଣସି ଆନୁଷଙ୍ଗିକ ସୁବିଧା ମିଳୁ ନଥିବା ପ୍ରତିବାଦରେ ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ଧାରଣାରେ ବସିଥିଲେ। ତେବେ ଉପ-ଜିଲ୍ଲାପାଳ, ଏମ୍‌କେସିଜି ଅଧୀକ୍ଷକ ଓ କୋଭିଡ୍ ହସ୍‌ପିଟାଲ୍ ମୁଖ୍ୟଙ୍କ ସହ ଆଲୋଚନା ପରେ ତଥା ଆବଶ୍ୟକ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ ଓ କାର୍ଯ୍ୟରେ ଯୋଗ ଦେବାକୁ ଘୋଷଣା କରିଥିଲେ। 

Advertisment

ଏହି ଷ୍ଟାଫନର୍ସମାନେ ଅଭିଯୋଗ କରିଛନ୍ତି ଯେ ଡାକ୍ତରଙ୍କୁ ସବୁ ସୁବିଧା ମିଳୁଛି। ହେଲେ ଷ୍ଟାଫନର୍ସଙ୍କୁ କୌଣସି ସବୁଧା ମିଳୁନାହିଁ। ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ସହ କ୍ୱାରେଣ୍ଟାଇନ୍‌ ସୁବିଧା ମିଳୁନି। ୧୪ ଦିନ ଡ୍ୟୁଟି ପରେ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ ସୁବିଧା ମିଳୁଛି। ହେଲେ ଷ୍ଟାଫନର୍ସଙ୍କୁ କ୍ୱାରେଣ୍ଟାଇନ୍ ସୁବିଧା ମିଳୁ ନାହିଁ। ସେମାନେ ଅଧିକ ସମୟ ରୋଗୀଙ୍କ ସହ ରହୁଛନ୍ତି। ଯଦି ସେମାନେ ସଂକ୍ରମିତ ହେବେ, ତା’ହେଲେ କ’ଣ ହେବ ବୋଲି ସେମାନେ ପ୍ରଶ୍ନ କରିଥିଲେ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଦାବି ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ପାଇଁ ଉପ-ଜିଲ୍ଲାପାଳ ଏସ୍‌ଓପି ଜାରି କରିଛନ୍ତି। ଡ୍ୟୁଟି ସମୟରେ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯିବ। ସେମାନଙ୍କ ପାଇଁ ପିଜି ହଷ୍ଟେଲ୍‌ରେ ରହିବା ବ୍ୟବସ୍ଥା କରାଯିବ। ଏକ ମାସ ଡ୍ୟୁଟି ସାରିବା ପରେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯିବ। ହୋଟେଲ୍‌ରେ ବି ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯିବ।

Advertisment

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe