କଜଳା ସ୍ୱର୍ଗଦ୍ୱାରରେ ଶବକୁ ଅସମ୍ମାନ, ରାତି ଅଧିଆ ମୃତଦେହ ଫୋପାଡ଼ି ଛୁ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):  ମୃତ୍ୟୁ ପରେ ଶବକୁ ସମ୍ମାନ ଦେବାକୁ ସରକାରଙ୍କ କଡ଼ା ତାଗିଦ ପରେ ଏହାକୁ ଖୁଲମଖୁଲା ବେଖାତିର କରାଯାଉଛି  କେନ୍ଦ୍ରାପଡ଼ା ଜିଲ୍ଲାରେ । ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର କରାଯିବା ବଦଳରେ ଶ୍ମଶାନରେ ଫିଙ୍ଗି ଦିଆଯାଉଛି   । କେନ୍ଦ୍ରାପଡ଼ା ପୌରପାଳିକା ୨୧ ନମ୍ବର ୱାର୍ଡ କଜଳା ସ୍ୱର୍ଗଦ୍ୱାର ଭିତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ  । ସୂଚନାଯୋଗ୍ୟ, ପ୍ରାୟ ୨, ୩ ଦିନ ପୂର୍ବେ ରାତି ଅଧିଆ ଏକ ଗାଡ଼ିରେ କିଛି  ଲୋକ ଏକ […]

kendrapada

kendrapada

Niharika Rout
  • Published: Wednesday, 22 September 2021
  • Updated: 22 September 2021, 01:30 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):  ମୃତ୍ୟୁ ପରେ ଶବକୁ ସମ୍ମାନ ଦେବାକୁ ସରକାରଙ୍କ କଡ଼ା ତାଗିଦ ପରେ ଏହାକୁ ଖୁଲମଖୁଲା ବେଖାତିର କରାଯାଉଛି  କେନ୍ଦ୍ରାପଡ଼ା ଜିଲ୍ଲାରେ । ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର କରାଯିବା ବଦଳରେ ଶ୍ମଶାନରେ ଫିଙ୍ଗି ଦିଆଯାଉଛି   । କେନ୍ଦ୍ରାପଡ଼ା ପୌରପାଳିକା ୨୧ ନମ୍ବର ୱାର୍ଡ କଜଳା ସ୍ୱର୍ଗଦ୍ୱାର ଭିତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ  ।

ସୂଚନାଯୋଗ୍ୟ, ପ୍ରାୟ ୨, ୩ ଦିନ ପୂର୍ବେ ରାତି ଅଧିଆ ଏକ ଗାଡ଼ିରେ କିଛି  ଲୋକ ଏକ ମୃତଦେହ ଆଣି କଜଳା ସ୍ୱର୍ଗଦ୍ୱାରରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଶବର ସତ୍କାର କରାଯାଇ ନ ଥିବା ବେଳେ  କୁକୁର, ବିଲୁଆ ତାହାକୁ ଅଧା ଖାଇ ସାରିଲେଣି। ଏହାବାଦ ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବାରୁ ଆଖପାଖ ଲୋକଙ୍କ ରହିବା ଅସମ୍ଭବ ହୋଇ ପଡ଼ିଛି। ମୃତଦେହଟି ମେଡିକାଲରୁ ବାହାରିଥିବା ବେଳେ ତାହାର କେହି ଦାବିଦାର ନ ଥିବା ବେଳେ ଏପରି ଅବସ୍ଥା କରାଯାଉଥିବା ଅଭିଯୋଗ ହେଉଛି।

ଏନେଇ ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ମୃତଦେହକୁ ନେଇ ପୁଲିସ୍‌ ଓ ପୌର ପରିଷଦ କର୍ମଚାରୀଙ୍କ ମଧ୍ୟରେ ଗତକାଲି ଟଣାଓଟରା ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ପରେ ଆଜି ମୃତଦେହକୁ ପୋତା ଯାଇଛି। ମେଡିକାଲରୁ ବାହାରୁଥିବା ଅଚିହ୍ନା ମୃତଦେହକୁ ନେଇ ଏପରି ଟଣା ଓଟରା ଲାଗୁଥିବା ବେଳେ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଏଠାରେ ସଂସ୍କାର ବିନା ଅଚିହ୍ନା ମୃତଦେହକୁ ଫିଙ୍ଗି ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ  । ଫଳରେ ପରମ୍ପରାକୁ ଅସମ୍ମାନ ସହ ପରିବେଶ ପାଇଁ ବି ଏହା ସମସ୍ୟା ସୃଷ୍ଟି କରୁଛି । ସ୍ଥାନୀୟ ଲୋକେ ଏହାକୁ ପୌରପାଳିକାର ଦାୟିତ୍ୱହୀନତା ବୋଲି ଅଭିଯୋଗ କରିଥିବା ବେଳେ ବିଭାଗୀୟ ଅଧିକାରୀ କିନ୍ତୁ ପୁଲିସ୍‌ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଏନେଇ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି, ୧୯୯୮ ମସିହାରେ ଏହି ଶ୍ଶଶାନ କାମ ହୋଇଥିଲା। ଶ୍ମଶାନ ସହ ପାର୍କ ବି ହୋଇଥିଲା।  ଲୋକ  ବି ଏଠାକୁ ଆସୁଥିଲେ। କିନ୍ତୁ ମ୍ୟୁନିସିପାଲିଟିର ଅବହେଳା ଯୋଗୁ ଏଠାରେ ଥିବା  ପୋଖରୀ ଉଦ୍ଧାର କରାଯାଇପାରୁ ନାହିଁ। ଏଠାରେ ଏବେ ଯେଉଁ ପରିବେଶ ହୋଇଛି, ଏହା ମଧ୍ୟକୁ କେହି ଆସିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।  ଏଠାରେ ବାରମ୍ବାର ରାତି ଅଧିଆ ଏଠାରେ ଶବ ଫୋପଡ଼ା ଯାଉଛି। ତାହାର ଠିକ୍‌ ଭାବେ ସତ୍କାର କରାଯାଉନି । ଫଳରେ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଏପରିକି ସାଧାରଣ ଲୋକଙ୍କ ରହିବା କଷ୍ଟକର ହୋଇପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos