Advertisment

ଦୁଲୁକୁଛି ଉପନିର୍ବାଚନ ରଣକ୍ଷେତ୍ର, ମୁଖ୍ୟ ଆକର୍ଷଣ ସାଜୁଛନ୍ତି ଷ୍ଟାର୍ ପ୍ରଚାରକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘମାଘୋଟ ପ୍ରଚାରରେ କମ୍ପୁଛି ବାଲେଶ୍ୱର ଏବଂ ତିର୍ତ୍ତୋଲ୍ ନିର୍ବାଚନୀ ମଇଦାନ। ମାଳ ମାଳ ନେତା ଆଉ କର୍ମୀ, ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି ଦେଇ ମତଦାତାଙ୍କ ମନ ଜିଣିବାକୁ ଜାରି ରଖିଛନ୍ତି ପ୍ରୟାସ। ତାହାରି ଭିତରେ କିନ୍ତୁ ଜନତା ମାଗୁଛନ୍ତି ଜବାବ। କେଉଁଠି ପୂର୍ବ ନିର୍ବାଚନୀ ପ୍ରତିଶ୍ରୁତିର କଡ଼ା ଗଣ୍ଡା ହିସାବ ମାଗୁଛନ୍ତି ତ ଆଉ କେଉଁଠି ସରକାରଙ୍କ ପ୍ରତାରଣା ବିରୋଧରେ ନେତାଙ୍କୁ ଘେରାଉ କରୁଛନ୍ତି, ହକ୍ ମାଗୁଛନ୍ତି। ନେତା ଆଉ ଜନତାଙ୍କ ଏଭଳି […]

author-image
Ranjit Kumar Jena
ମୋ ବେଳକୁ ଦେଖାଗଲା, ରବୀନ୍ଦ୍ର ଜେନାଙ୍କ ବେଳକୁ ଦେଖାଗଲାନି

aparajita-34

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘମାଘୋଟ ପ୍ରଚାରରେ କମ୍ପୁଛି ବାଲେଶ୍ୱର ଏବଂ ତିର୍ତ୍ତୋଲ୍ ନିର୍ବାଚନୀ ମଇଦାନ। ମାଳ ମାଳ ନେତା ଆଉ କର୍ମୀ, ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି ଦେଇ ମତଦାତାଙ୍କ ମନ ଜିଣିବାକୁ ଜାରି ରଖିଛନ୍ତି ପ୍ରୟାସ। ତାହାରି ଭିତରେ କିନ୍ତୁ ଜନତା ମାଗୁଛନ୍ତି ଜବାବ। କେଉଁଠି ପୂର୍ବ ନିର୍ବାଚନୀ ପ୍ରତିଶ୍ରୁତିର କଡ଼ା ଗଣ୍ଡା ହିସାବ ମାଗୁଛନ୍ତି ତ ଆଉ କେଉଁଠି ସରକାରଙ୍କ ପ୍ରତାରଣା ବିରୋଧରେ ନେତାଙ୍କୁ ଘେରାଉ କରୁଛନ୍ତି, ହକ୍ ମାଗୁଛନ୍ତି। ନେତା ଆଉ ଜନତାଙ୍କ ଏଭଳି ମୁହାଁମୁହିଁ ସ୍ଥିତିରେ ସବୁ ଦଳର ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନରେ ଦୁଲୁକୁଛି ଉପନିର୍ବାଚନର ଉଭୟ ରଣକ୍ଷେତ୍ର।

Advertisment

ବାଲେଶ୍ୱରରେ ଆଜି କୋହଲା ପାଗ ସହ ଝିପିଝିପି ବର୍ଷା ଭିତରେ ବାରି ହେଉଥିଲା ପ୍ରଚାରର ଉଷ୍ମତା। ବିକାଶର ନାରା ଦେଇ ଗଳିକନ୍ଦି ବୁଲି ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶଙ୍କ ପାଇଁ ପ୍ରଚାର କରିଛନ୍ତି ସିନେ ତାରକାଙ୍କ ସହ ଗଣ୍ଡା ଗଣ୍ଡା ମନ୍ତ୍ରୀ ଓ ବିଧାୟକ। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ସିନ୍ଧିଆ ପଞ୍ଚାୟତକୁ ପ୍ରଚାରରେ ଯାଇ ସାଂସଦ ଅପରାଜିତା ଷଡଙ୍ଗୀ ମହିଳାଙ୍କ ସମସ୍ୟା କଥା ପଚାରିଛନ୍ତି। ପାନୀୟ ଜଳଠୁ ରାସ୍ତାଘାଟ ଯାଏଁ ସବୁ ଭଲମନ୍ଦ ପଚାରି ସାଧାରଣ ସଭାରେ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବାଲେଶ୍ୱର ପାଇଁ ସରକାରଙ୍କର କୌଣସି ଭିଜନ ଡକ୍ୟୁମେଣ୍ଟ ନାହିଁ।

ଗାନ୍ଧି ସ୍ମୃତି ଭବନ ପରିସରରେ ସାଢ଼େ ୭ କୋଟିର ୧୦ଟି ବସ୍ ଖତ ଖାଉଛି। ଜିଲ୍ଲାରେ ମଂଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ୩୭୩ ରହିଥିବା ବେଳେ ଡାକ୍ତର ଅଛନ୍ତି ମାତ୍ର ୧୮୩। ବାଲେଶ୍ୱର ପ୍ରତି ରାଜ୍ୟ ସରକାରଙ୍କର ଏ ଅବହେଳା କାହିଁକି ବୋଲି ପ୍ରଚାରରେ ଯାଇ ପ୍ରଶ୍ନ କରିଛନ୍ତି ଅପରାଜିତା। ସେପଟେ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିବା ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକ ଆଜି ପ୍ରଭାରୀ ଚେଲ୍ଲା କୁମାର ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଧରି ମଇଦାନକୁ ଓହ୍ଲାଇଥିଲେ।

Advertisment

ଅନ୍ୟପକ୍ଷରେ ଭୋଟ୍ ହାତେଇଥିବା ନେତାଙ୍କୁ ଏଥର ଜବାବ ଦେବେ ଲୋକେ। ବାଲେଶ୍ୱରକୁ ପ୍ରଚାରରେ ଯାଇଥିବା ବିଜେଡି ନେତାଙ୍କ ଆଗରେ ଏ ହେଉଛି ଲୋକଙ୍କ ଆକ୍ରୋଶ। କାହାକୁ ମିଳିନି ବିଜୁ ପକ୍କା ଘର ତ ଆଉ କାହାକୁ ମିଳିନି ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ। ତେଣୁ ସେସବୁର ହିସାବ ମାଗି ନିର୍ବାଚନ ପ୍ରଚାରରେ ଯାଇଥିବା ନେତାଙ୍କୁ ଘେରିଛନ୍ତି ଲୋକେ। ସଦର ବ୍ଲକର ବୁଆଁଳଠାରେ ମଦ ବିକ୍ରି ବିରୋଧରେ ଅରୁଣ ଦେଙ୍କୁ ଘେରାଉ କରିଥିବାବେଳେ ପାତ୍ରପଡ଼ାରେ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅଙ୍ଗାରଗଡ଼ଇାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ ଲୋକେ।

ସେହିପରି ତିର୍ତ୍ତୋଲ୍ ମଇଦାନ ବି ସରଗରମ ରହିଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଆଜି ମଇଦାନକୁ ଓହ୍ଲାଇଥିଲେ ବିଜେଡିର ଏକାଧିକ ଷ୍ଟାର୍ ପ୍ରଚାରକ। ବର୍ଷା ସତ୍ତ୍ୱେ ବିଜେପି ମଧ୍ୟ ପ୍ରଚାରର ପଛରେ ନାହିଁ। ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଏବଂ ସମର୍ଥକ ବିରିଡି ବ୍ଲକରେ ଘରକୁ ଘର ଯାଇ ବିଜେଡ଼ି ସରକାରର ୨୦ ବର୍ଷର ବିଫଳତାକୁ ଦର୍ଶାଇ ଭୋଟରଙ୍କୁ ମନାଇଛନ୍ତି।

ସେପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କ ପାଇଁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ, ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଆଜି ରଘୁନାଥପୁର ଏବଂ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ପ୍ରଚାର କରିଛନ୍ତି। ଆସନ୍ତାକାଲି ଯିବେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Tirtol By Election Baleswar By-election