ସିଲ୍‌ ହେଲା ଭୁବନେଶ୍ୱର ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର: ସିଲ୍‌ ହେଲା ଭୁବନେଶ୍ୱର ସ୍ଥିତ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ । ଷ୍ଟେଟ ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବ ପରେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ୨ ଦିନ ପାଇଁ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ସେହିପରି ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଥମଥର ପାଇଁ ୨ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଉଭୟ ଯାତ୍ରୀଙ୍କ  କଣ୍ଟାକ୍ଟ […]

SBI main Branch

Madhupriya Mistry
  • Published: Sunday, 04 April 2021
  • , Updated: 04 April 2021, 02:00 PM IST

ଭୁବନେଶ୍ୱର: ସିଲ୍‌ ହେଲା ଭୁବନେଶ୍ୱର ସ୍ଥିତ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ । ଷ୍ଟେଟ ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବ ପରେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ୨ ଦିନ ପାଇଁ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ସେହିପରି ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଥମଥର ପାଇଁ ୨ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଉଭୟ ଯାତ୍ରୀଙ୍କ  କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ଯାଂଚ ଚାଲିଛି। ରେଳ ଷ୍ଟେସନରେ ପଜିଟିଭ ଚିହ୍ନଟ ପରେ ଟେଷ୍ଟିଂକୁ ତ୍ୱରାନ୍ବିତ କରାଯାଇଛି ବୋଲି ବିଏମ୍ସି କମିଶନର କହିଛନ୍ତି।

Related story