‘ଇସ୍ତଫା ଦିଅନ୍ତୁ ଅରୁଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଓ ବିଧାନସଭା ଆଗରେ ବାପା-ମାଆଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି । ମୁଖ୍ୟମନ୍ତ୍ରୀ ଅରୁଣ ସାହୁଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଲେଖାଶ୍ରୀ କହିଛନ୍ତି, “ଏହି ଘଟଣାର ତଦନ୍ତ କାହିଁକି କରାଯାଇନି ? ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟିକରଣ ଦିଅନ୍ତୁ । ପୁଲିସ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ […]

arunasahoo

arunasahoo

Jitendra Garnayak
  • Published: Tuesday, 24 November 2020
  • Updated: 24 November 2020, 05:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଓ ବିଧାନସଭା ଆଗରେ ବାପା-ମାଆଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି । ମୁଖ୍ୟମନ୍ତ୍ରୀ ଅରୁଣ ସାହୁଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଲେଖାଶ୍ରୀ କହିଛନ୍ତି, “ଏହି ଘଟଣାର ତଦନ୍ତ କାହିଁକି କରାଯାଇନି ? ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟିକରଣ ଦିଅନ୍ତୁ । ପୁଲିସ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି । ଦୋଷୀ ଏବଂ ଘଟଣା ଚାପିବାକୁ ଉଦ୍ୟମ କରୁଥିବା ପୁଲିସଙ୍କ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।”

ସେପଟେ ଏହି ଘଟଣାକୁ ନେଇ କଂଗ୍ରସ ମଧ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ହଟାଇବାକୁ ଦାବି କରିଛି । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ଅରୁଣଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ହଟାଇବା ସହ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ସେ ମନ୍ତ୍ରୀ ପଦରେ ରହିଲେ ତଦନ୍ତ ବାଟବଣା ହେବା ଆଶଙ୍କା ରହିଛି ।

 

ଆଗକୁ ପଢନ୍ତୁ : ‘ପରୀ’ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ, କାଲି ବିବୃତି ଦେବେ ମନ୍ତ୍ରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos