ପରୀକୁ ନ୍ୟାୟ ଦାବି, ମନ୍ତ୍ରୀଙ୍କ ବାସଭବନ ଆଗରେ ଧସ୍ତାଧସ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଘଟଣାରେ ରାଜ୍ୟରେ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି । ଏହି ଘଟଣାରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି । ମନ୍ତ୍ରୀ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା । ଏହି ସମୟରେ ପୁଲିସ ଓ ମହିଳା ମୋର୍ଚ୍ଚାର କର୍ମୀ ଠେଲାପେଲା ହେବା ସହ ଧସ୍ତାଧସ୍ତି ହୋଇଛନ୍ତି । […]

bjp-women-wing protest-for-pari

Madhupriya Mistry
  • Published: Friday, 04 December 2020
  • , Updated: 04 December 2020, 01:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଘଟଣାରେ ରାଜ୍ୟରେ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି । ଏହି ଘଟଣାରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି । ମନ୍ତ୍ରୀ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା । ଏହି ସମୟରେ ପୁଲିସ ଓ ମହିଳା ମୋର୍ଚ୍ଚାର କର୍ମୀ ଠେଲାପେଲା ହେବା ସହ ଧସ୍ତାଧସ୍ତି ହୋଇଛନ୍ତି । ଅରୁଣଙ୍କୁ ରାଜ୍ୟ ସରକାର ଘଂଟ ଘୋଡାଇବାକୁ ଉଦ୍ୟମ କରୁଛନ୍ତି, ତାଙ୍କୁ କାହିଁକି ବହିଷ୍କାର କରାଯାଉନି ବୋଲି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି ।

ସେପଟେ ପରୀକୁ ନ୍ୟୟ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ପ୍ରତି ନିର୍ବାଚନ ମଣ୍ଡଳୀରେ ପରୀକୁ ନ୍ୟାୟ ଦେବା ପାଇଁ ପଦଯାତ୍ରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ପରୀ ଘଟଣାରେ ମତଭେଦ ଥିବା ନେଇ ମାନିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର । ବୁଝାମଣା ଅଭାବରୁ ଏଭଳି ମତଭେଦ ଆସିଲା ବୋଲି କଂଗ୍ରେସ ବିଧାୟକ ଦଳ ବୈଠକରେ ସେ କହିଛନ୍ତି । ତେବେ ଏହି ଘଟଣାରେ ରାଜନୀତି ନ ହୋଇ ପରୀକୁ ନ୍ୟାୟ ମିଳିବା ଦରକାର ବୋଲି ସେ ମତ ଦେଇଛନ୍ତି ।

ସିବିଆଇ ଅନେକ ଘଟଣାର ତଦନ୍ତ କରୁଛି କିନ୍ତୁ ଫଳ ମିଳୁନି  । ତେଣୁ ପରୀ ଘଟଣାରେ କୋର୍ଟ ମନିଟରିଂ ଏସ୍ଆଇଟି ତଦନ୍ତ ଦାବି କରିଥିଲା କଂଗ୍ରେସ ବୋଲି କହିଛନ୍ତି ଚେଲାକୁମାର ।  ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ବୋଲି କହିବା ସହ ବିଜେଡି ବହୁ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରୁଥିବା ସେ କହିଛନ୍ତି।  ତେବେ କଂଗ୍ରେସର ଅଭିଯୋଗ ଉପରେ ବିଜେପି ଓ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

Related story