ଆସନ୍ତାକାଲି ରାଜ୍ୟ ବଜେଟ୍ : ପ୍ରଥମ ଥର ପାଇଁ ୨ଲକ୍ଷ କୋଟି ଟପିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ୨୪ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମଦିନରେ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ରାଜ୍ୟ ବଜେଟ ପରିମାଣ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ୪ମାସିଆ କାମଚଳା ବଜେଟକୁ ଗତ ମାର୍ଚ୍ଚ ମାସରେ ଗୃହରେ ଅନୁମୋଦନ କରାଇ ନେଇଥିଲେ। […]

Budget

Budget

Ordigital Desk
  • Published: Friday, 01 July 2022
  • Updated: 02 July 2022, 12:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ୨୪ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମଦିନରେ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ରାଜ୍ୟ ବଜେଟ ପରିମାଣ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ୪ମାସିଆ କାମଚଳା ବଜେଟକୁ ଗତ ମାର୍ଚ୍ଚ ମାସରେ ଗୃହରେ ଅନୁମୋଦନ କରାଇ ନେଇଥିଲେ।
ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଚଳିତବର୍ଷର ବଜେଟ ପରିମାଣ ପ୍ରଥମଥର ପାଇଁ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । କାର୍ଯ୍ୟକ୍ରମ ବ୍ୟୟବାବଦରେ ୧.୧୦ଲକ୍ଷ କୋଟି ଟଙ୍କା, ପ୍ରଶାସନିକ ବ୍ୟୟରେ ୯୦ଲକ୍ଷ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠି ବାବଦରେ ପ୍ରାୟ ୭୫୦୦ହଜାର କୋଟି ଟଙ୍କା ଏଭଳି ମୋଟ ପ୍ରାୟ ୨.୧୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ ।
ବଜେଟରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୮ରୁ ୮.୫% ଆକଳନ କରାଯାଇଥିବାବେଳେ ଭିତ୍ତିଭୂମି ବିକାଶ, ନିଯୁକ୍ତି ସୃଷ୍ଟି, ସ୍ୱାସ୍ଥ୍ୟସେବା,କୃଷି, ଶିଳ୍ପ, ସାମାଜିକ କ୍ଷେତ୍ରକୁ ଅଧିକ ପ୍ରାଥମିକତା ମିଳିବାର ସମ୍ଭାବନା ରହିଛି । ପୁଞ୍ଜିଗତ ବ୍ୟୟ ଓ ରାଜ୍ୟ ଟିକସ-ଅଣଟିକସ ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ରହିବ । ସେହିପରି ବଜେଟରେ ମନ୍ଦିର ପୁନଃବିକାଶ କାର୍ଯ୍ୟକ୍ରମବାବଦରେ ପ୍ରାୟ ୧ହଜାର କୋଟି ଟଙ୍କା, କୃଷି ଓ ଆନୁଙ୍ଗିକ କ୍ଷେତ୍ର ବାବଦରେ ୨୫ହଜାର କୋଟି ଟଙ୍କାର ବ୍ୟୟବରାଦ ଦେଖିବାକୁ ମିଳିବ । ଘରୋଇ ଓ ଆନ୍ତର୍ଜାତିକ ମାର୍ଗରେ ବିମାନ ଚଳାଚଳକୁ ପ୍ରୋତ୍ସାହନ ଦେବାକୁ ବଜେଟରେ ୧୦୦କୋଟି ଟଙ୍କାର ଭାଏବିଲିଟି ଗ୍ୟାପ ପାଣ୍ଠି(ଭିଜିଏଫ) କାର୍ଯ୍ୟକ୍ରମ ମଧ୍ୟ ରହିବ ବୋଲି ଜଣାପଡ଼ିଛି ।
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ପ୍ରଥମାର୍ଦ୍ଧରେ ଗୃହରେ ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ କହଁରଙ୍କ ମୃତ୍ୟୁରେ ଶୋକ ପ୍ରସ୍ତାବ ଆଗତ ପରେ ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦନ ପାଇଥିବା ବିଲଗୁଡ଼ିକୁ ବିଧାନସଭା ସଚିବ ଗୃହକୁ ଅବଗତ କରାଇବେ । ତା’ପରେ ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ହେବ । ଗୃହରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏଫଆରବିଏମ୍ (ସଂଶୋଧନ) ବିଲ-୨୦୨୨, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଡ୍ରିମସ୍ ବିଶ୍ୱବିଦ୍ୟାଳୟ,ଓଡ଼ିଶା ବିଲ-୨୦୨୨, ସିଭି ରମଣ ଗ୍ଲୋବାଲ ୟୁନିର୍ଭସିଟି (ସଂଶୋଧନ) ବିଲ-୨୦୨୨, ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାୟ ସଂଶୋଧନ ବିଲ-୨୦୨୨କୁ ଗୃହରେ ଉପସ୍ଥାପନ କରିବେ ।
କୋଭିଡ୍ ଗାଇଡ଼ଲାଇନ ମଧ୍ୟରେ ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ଗୃହ କାର୍ଯ୍ୟ ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ୬ଘଂଟା ଚାଲିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story