Advertisment

ଏସଇବିସି ତାଲିକାରେ ୨୨ଟି ଜାତିକୁ ସାମିଲ ପାଇଁ ଆଇନ ସଂଶୋଧନକୁ ମଞ୍ଜୁରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି

ଅଦ୍ୟତନ ହୋଇଛି
undefined

Lokasabha Bhaban

Advertisment

କେନ୍ଦ୍ର ସରକାରଙ୍କ ଓବିସି(ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିଗୁଡ଼ିକ ସାମିଲ ଅଛି, ସେସମସ୍ତ ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି(ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ) ତାଲିକାରେ ସାମିଲ କରିବା ନିମନ୍ତେ ଓଡ଼ିଶା ପଛୁଆବର୍ଗ କମିଶନ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ ଓବିସି ତାଲିକାରେ ଥିବା ୨୨ଟି ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ ନିମନ୍ତେ କ୍ୟାବିନେଟ୍ ଅନୁମତି ଦେଇଛନ୍ତି ।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଭାରତର ସମ୍ବିଧାନର ଧାରା ୧୫(୪), ପଛୁଆବର୍ଗମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି । ଏହାସହିତ ରାଜ୍ୟର ଦୁର୍ବଳ ବର୍ଗଙ୍କ ଲୋକଙ୍କୁ ସମସ୍ତ ପ୍ରକାରର ଶୋଷଣରୁ ସୁରକ୍ଷା ଦେବା ପାଇଁ ଭାରତର ସମ୍ବିଧାନର ଧାରା ୪୬, ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି । ଏବେ ଓଡ଼ିଶାର ୨୨ଟଇ ଜାତି,ସମ୍ପ୍ରଦାୟ ଓ ଏହାର ସମାର୍ଥକ ଜାତିଗୁଡ଼ିକ ଭାରତ ସରକାରଙ୍କ ବିଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ରାଜ୍ୟ ପାଇଁ ଓବିସି ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ ହୋଇପାରିନାହାନ୍ତି । ସେମାନଙ୍କୁ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ କରିବାର ଆବଶ୍ୟକତା ଥିବାରୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଅଧିନିୟମ-୧୯୯୩ର ଧାରା -୯ର ଉପଧାରା-୩କୁ ଅନ୍ତଭୁକ୍ତ କରିବା ସମ୍ବନ୍ଧୀୟ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱରା ଅଧିକ ସଂଖ୍ୟକ ଜାତିକୁ ଏସଇବିସି ତାଲିକାଭୁକ୍ତ କରାଯାଇପାରିବ ।

ସେହିପରି ମାଲକାନଗିରି, ଯାଜପୁର ଓ ନୟାଗଡ଼ ଗ୍ରାମୀଣ ପାଇପ ଜଳ ଯୋଗାଣର ବୃହତ୍ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଯାଜପୁରର ବରୀ ଓ କୋରୋଇ ବ୍ଲକରେ ୨ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ, ନୟାଗଡ଼ର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ୩ଟି ପାନୀୟଜଳ ପ୍ରକଳ୍ପ ଏବଂ ମାଲକାନଗିରି ଜିଲ୍ଲାର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ୪ଟି ପ୍ରକଳ୍ପର ଚୂଡ଼ାନ୍ତ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ସବୁ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ୨ବର୍ଷ ମଧ୍ୟରେ ଶେଷ ହେବ ।

Advertisment

ସେହିପରି ଜଳେଶ୍ୱର ନିକଟରେ ସୁବର୍ଣ୍ଣରେଖା ନଦୀରେ ଗୋବରୀ ଘାଟ ନିକଟରେ ଏକ ବ୍ରିଜ୍ ନିର୍ମାଣ ହେବ । ଏହି ବ୍ରିଜ୍ ପାଇଁ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ଜିଏସଟି ,ବାଣିଜ୍ୟକର, ଡାଟା ଏଂଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ, ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ସଂଶୋଧନ, ଓଜେଏସ୍ ଓ ଓଏସଜେଏସ୍ ସେବା ଅଧିନିୟମରେ ସଂଶୋଧନ, ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ ସମେତ ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡ଼ର ନିଯୁକ୍ତିରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Odisha Cabinate Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe