Advertisment

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୧୫ରେ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୭ଟି ଏଜେଣ୍ଡା ଉପରେ ବିଚାରବିମର୍ଶ କରାଯିବ। ରାଜ୍ୟରେ ବିଧାନ ପରିଷଦ ଗଠନ ନିମନ୍ତେ ବିଧାନସଭାର ମୌସୁମୀ ଅଧିବେଶନରେ ସଂକଳ୍ପ ପ୍ରସ୍ତାବ ଆସିବାକୁ ଥିବାବେଳେ ଏହାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେବାର ସମ୍ଭାବନା ରହିଛି। ଏହାବ୍ୟତୀତ ଓଡ଼ିଶା ମୋଟର ଯାନ ଆଇନରେ ସଂଶୋଧନ, ଅବକାରୀ ଆଇନରେ ସଂଶୋଧନ ସହ […]

author-image
Sampad Mahapatra
ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍

state-secretariat-708x430

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୧୫ରେ ହେବ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୭ଟି ଏଜେଣ୍ଡା ଉପରେ ବିଚାରବିମର୍ଶ କରାଯିବ। ରାଜ୍ୟରେ ବିଧାନ ପରିଷଦ ଗଠନ ନିମନ୍ତେ ବିଧାନସଭାର ମୌସୁମୀ ଅଧିବେଶନରେ ସଂକଳ୍ପ ପ୍ରସ୍ତାବ ଆସିବାକୁ ଥିବାବେଳେ ଏହାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେବାର ସମ୍ଭାବନା ରହିଛି।

ଏହାବ୍ୟତୀତ ଓଡ଼ିଶା ମୋଟର ଯାନ ଆଇନରେ ସଂଶୋଧନ, ଅବକାରୀ ଆଇନରେ ସଂଶୋଧନ ସହ ନଗର ଉନ୍ନୟନ ବିଭାଗ ଓ ଆଇନ ବିଭାଗର ମଧ୍ୟ ଏଜେଣ୍ଡା ଉପରେ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି।

Advertisment

ତେବେ ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ବୈଠକର ଏଜେଣ୍ଡା ଏପର୍ଯ୍ୟନ୍ତ ଦିଆଯାଇନଥିବା ସୂଚନା ମିଳିଛି।