Advertisment

୬ରେ କଂଗ୍ରେସର ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତିରାଜ ବ୍ୟବସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ ଓ ଦୁର୍ବଳ କରିଥିବା ପ୍ରତିବାଦରେ ଚଳିତମାସ ୬ତାରିଖରେ କଂଗ୍ରେସ ପକ୍ଷରୁ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀର ଆୟୋଜନ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ବା କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ସାମିଲ ହେବେ। ପଞ୍ଚାୟତ ପ୍ରତିନିଧି ସମ୍ମିଳନୀର ଆବାହକ ସୁଦର୍ଶନ ଦାସ ଏ ସମ୍ପର୍କରେ […]

ବିଧାନସଭା ଅଧିବେଶନ ବନ୍ଦକୁ ନେଇ କଂଗ୍ରେସର ସଫେଇ

Odisha-Congress-headquarters-Congress-Bhawan-e1484640510982

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତିରାଜ ବ୍ୟବସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ ଓ ଦୁର୍ବଳ କରିଥିବା ପ୍ରତିବାଦରେ ଚଳିତମାସ ୬ତାରିଖରେ କଂଗ୍ରେସ ପକ୍ଷରୁ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀର ଆୟୋଜନ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ବା କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ସାମିଲ ହେବେ।

Advertisment

ପଞ୍ଚାୟତ ପ୍ରତିନିଧି ସମ୍ମିଳନୀର ଆବାହକ ସୁଦର୍ଶନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ‘ଆମ ଗାଁ-ଆମ ବିକାଶ’ ଯୋଜନା ମାଧ୍ୟମରେ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ହଡ଼ପ କରିବା ସହ ସେମାନଙ୍କ ଭୂମିକାକୁ ଅବମାନନା କରିଛନ୍ତି। ବିଭିନ୍ନ ପ୍ରକଳ୍ପଗୁଡିକୁ ମଧ୍ୟ ପଞ୍ଚାୟତ ଜରିଆରେ କାର୍ଯ୍ୟକାରୀ ନକରି ବିଭିନ୍ନ ବିଭାଗ ଦ୍ୱାରା ଏବଂ ବିଜେଡିର କର୍ମୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି।

ଏହାର ପ୍ରତିବାଦରେ ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଉଦ୍ଦେଶ୍ୟ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଚଳିତମାସ ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ କଂଗ୍ରେସ ଭବନ ପରିସରରେ ଓଡ଼ିଶା ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶରେ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କ୍ଷମତାର ବିକେନ୍ଦ୍ରୀକରଣକୁ ସୁରକ୍ଷିତ ରଖିବା ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପର ପ୍ରତିବାଦ କରିବା ପାଇଁ ଏହି ସମ୍ମିଳନୀ ହେବ ବୋଲି ପିସିସି ପକ୍ଷରୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe