ତିତ୍‌ଲି ପାଇଁ କଂଗ୍ରେସ ଖୋଲିଲା ଇମର୍ଜେନ୍ସି ପ୍ରକୋଷ୍ଠ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟାର ରୂପ ନେଇଥିବା ‘ତିତଲି’କୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ୨୪ ଘଣ୍ଟିଆ ‘ଇର୍ମଜେନ୍ସି ହେଲ୍‌ପ ସେଲ୍’ ବା ଜରୁରୀକାଳନୀ ସେବା ପ୍ରକୋଷ୍ଠ ଖୋଲାଯାଇଛି । ଆଜି ଏ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୧୦ ତାରିଖ ସନ୍ଧ୍ୟା ୬ଟାରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠ କାର୍ଯ୍ୟକ୍ଷମ ରହିବ । ବାତ୍ୟା ପାଇଁ କଂଗ୍ରେସ ଦଳ ପକ୍ଷରୁ ଖୋଲାଯାଇଥିବା ଜରୁରୀକାଳୀନ […]

Odisha-Congress-headquarter

Amaresh Biswal
  • Published: Wednesday, 10 October 2018
  • , Updated: 10 October 2018, 08:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟାର ରୂପ ନେଇଥିବା ‘ତିତଲି’କୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ୨୪ ଘଣ୍ଟିଆ ‘ଇର୍ମଜେନ୍ସି ହେଲ୍‌ପ ସେଲ୍’ ବା ଜରୁରୀକାଳନୀ ସେବା ପ୍ରକୋଷ୍ଠ ଖୋଲାଯାଇଛି । ଆଜି ଏ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୧୦ ତାରିଖ ସନ୍ଧ୍ୟା ୬ଟାରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠ କାର୍ଯ୍ୟକ୍ଷମ ରହିବ ।

ବାତ୍ୟା ପାଇଁ କଂଗ୍ରେସ ଦଳ ପକ୍ଷରୁ ଖୋଲାଯାଇଥିବା ଜରୁରୀକାଳୀନ ସେବା ପ୍ରକୋଷ୍ଠ ପାଇଁ ପଦାଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ମୋବାଇଲ ନମ୍ବର ଜାରି କରାଯାଇଛି । ସାଧାରଣ ଲୋକମାନଙ୍କର ଆପତ୍ତି, ଅଭିଯୋଗ ଓ ପରାମର୍ଶକୁ ଆଧାର କରି କଂଗ୍ରେସ ଦଳ ପ୍ରଭାବିତ ଲୋକଙ୍କ ସମସ୍ୟାର ନିରାକରଣ ଲାଗି ଯଥାସମ୍ଭବ ସହଯୋଗ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ପ୍ରକୋଷ୍ଠର ସଂଯୋଜକ ଭାବେ ପିସିସି ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ସହସଂଯୋଜକ ଭାବେ ପଦ୍ମାକର ଗୁରୁ, ରସିକ ପଟ୍ଟନାୟକ, ରଵୀଦ୍ର ଆଚାର୍ଯ୍ୟ, ଅଲେଖ ସାମଲ, ମାନସ ଆଚାର୍ଯ୍ୟ ଓ ଲିଙ୍ଗରାଜ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।

Related story