Advertisment

୩୨୮ଟି ନିଷିଦ୍ଧ ଔଷଧ ବିକ୍ରି ଉପରେ ରାଜ୍ୟବ୍ୟାପୀ ରୋକ୍

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର କଟକଣା ଜାରି କରିଥିବା ସାରିଡନ୍ ସମେତ ୩୨୮ଟି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ ରୋକ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ ଆଜି ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର, ମେଡିସିନ ନିର୍ମାତା, ମେଡିସିନ ବିକ୍ରେତା ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ ଆଜି ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଚିଠି ଲେଖି ଏହି ବେଆଇନ ଘୋଷିତ ୩୨୮ଟି ମେଡିସିନର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି […]

୩୨୮ଟି ନିଷିଦ୍ଧ ଔଷଧ ବିକ୍ରି ଉପରେ ରାଜ୍ୟବ୍ୟାପୀ ରୋକ୍

banned-medicines in india

Advertisment

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର କଟକଣା ଜାରି କରିଥିବା ସାରିଡନ୍ ସମେତ ୩୨୮ଟି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ ରୋକ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ ଆଜି ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର, ମେଡିସିନ ନିର୍ମାତା, ମେଡିସିନ ବିକ୍ରେତା ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ ଆଜି ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଚିଠି ଲେଖି ଏହି ବେଆଇନ ଘୋଷିତ ୩୨୮ଟି ମେଡିସିନର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ମେଡିସିନ୍ ବିକ୍ରେତାଙ୍କ ପାଖରେ ଏହି ମେଡିସିନଗୁଡ଼ିକ ଯେଭଳି ନରୁହେ ଓ ଡିଷ୍ଟ୍ରବ୍ୟୁଟରମାନେ ଏହା ଯୋଗାଣ ନକରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ୭ଦିନ ମଧ୍ୟରେ ଆବଶ୍ୟକ ରିପୋର୍ଟ ଦାଖଲ କରିବାକୁ କଣ୍ଟ୍ରୋଲର୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ବେଆଇନ ଘୋଷିତ ୩୨୮ଟି ମେଡିସିନ ତାଲିକା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାଇଟରେ ଉପଲବ୍ଧ ଥିବା ଚିଠିରେ ଉଲ୍ଲେଖ ଅଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe