Advertisment

ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ଗତବର୍ଷ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଉଭୟ ପାଠକ ବାପପୁଅ ଏବେ ଜେଲରେ ଅଛନ୍ତି। ବରିଷ୍ଠ ଆଇଏଫ୍‌ଏସ୍‌ ଅଭୟକାନ୍ତ […]

ଅଦ୍ୟତନ ହୋଇଛି
୬ ମାସ ପରେ ଜେଲ୍‌ରୁ ବାହାରିଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ

IFS Abhaya Pathak

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି।

Advertisment

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ଗତବର୍ଷ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଉଭୟ ପାଠକ ବାପପୁଅ ଏବେ ଜେଲରେ ଅଛନ୍ତି।

ବରିଷ୍ଠ ଆଇଏଫ୍‌ଏସ୍‌ ଅଭୟକାନ୍ତ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହି ସମୟରେ ତାଙ୍କ ପୁଅ ମଧ୍ୟ ରାଡାର ମଧ୍ୟକୁ ଆସିଥିଲେ। ଉଭୟ ପାଠକ ବାପପୁଅଙ୍କ ଅମାପ ସମ୍ପତ୍ତି, ଭଳିକି ଭଳି ଦାମୀ ଗାଡ଼ି, ଦେଶର ବିଭିନ୍ନ ସ୍ଥାନରେ ଫ୍ଲାଟ, ଚାଟାର୍ଡ ଫ୍ଲାଇଟରେ ଉଡ଼ାଣ, ତଥା ସଉକ ଆଦି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା।

Advertisment

ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। କ୍ରାଇମବ୍ରାଞ୍ଚ ଟିମ୍‌ ଏହି ଘଟଣାର ତଦନ୍ତ କରୁଛି।

ଗୋପାଳପୁର ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ଝିଅ ସହିତ ଆକାଶ ପାଠକଙ୍କ ବାହାଘର ସ୍ଥିର ହୋଇଥିଲା। ତେବେ ବାହାଘର ପୂର୍ବରୁ ପାଠକ ବାପ-ପୁଅ ଗିରଫ ହୋଇଥିଲେତା’ପରେ ପ୍ରଦୀପ ପାଣୀଗ୍ରାହୀ ମଧ୍ୟ ଗିରଫ ହୋଇଥିଲେ। ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ସେ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ରହିଛି। ଏହା ସହିତ ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

Pathak Family Money Laundering Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe