Advertisment

୬୨ ବ୍ରିଟେନ୍‌ ଫେରନ୍ତାଙ୍କ ପତ୍ତା ପାଉନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ କୌଣସି ପତ୍ତା ମିଳୁନି। ସେମାନେ ଫୋନ ଉଠାଉ ନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି-“ନଭେମ୍ବର ୩୦ରୁ ଡିସେମ୍ବର ୨୧ ମଧ୍ୟରେ ୧୮୧ ଜଣ ୟୁକେରୁ ଆସିଛନ୍ତି। ସେଥିରୁ ୧୧୯ ଜଣଙ୍କ ଟେଷ୍ଟ କରାଯାଇଛି। ସେଥିରୁ ୬ ଜଣ ପଜିଟିଭ ଆସିଛନ୍ତି। ତେବେ ବାକି ୬୨ ଜଣଙ୍କର କୌଣସି ପତ୍ତା ମିଳୁନାହିଁ।” ସେପଟେ ବ୍ରିଟେନରୁ ଚିହ୍ନଟ […]

author-image
Manoranjan Sial
୬୨ ବ୍ରିଟେନ୍‌ ଫେରନ୍ତାଙ୍କ ପତ୍ତା ପାଉନାହାନ୍ତି ରାଜ୍ୟ ସରକାର

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ କୌଣସି ପତ୍ତା ମିଳୁନି। ସେମାନେ ଫୋନ ଉଠାଉ ନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

Advertisment

ସେ କହିଛନ୍ତି-“ନଭେମ୍ବର ୩୦ରୁ ଡିସେମ୍ବର ୨୧ ମଧ୍ୟରେ ୧୮୧ ଜଣ ୟୁକେରୁ ଆସିଛନ୍ତି। ସେଥିରୁ ୧୧୯ ଜଣଙ୍କ ଟେଷ୍ଟ କରାଯାଇଛି। ସେଥିରୁ ୬ ଜଣ ପଜିଟିଭ ଆସିଛନ୍ତି। ତେବେ ବାକି ୬୨ ଜଣଙ୍କର କୌଣସି ପତ୍ତା ମିଳୁନାହିଁ।”

ସେପଟେ ବ୍ରିଟେନରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ ଅଧିକ ସଂକ୍ରମକ ହେଲେ ମଧ୍ୟ ଏହାର ଲକ୍ଷଣ କୋଭିଡ୍ ୧୯ ପରି ରହିଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ଏଥିସହ ଟିକାକରଣ ପାଇଁ ଯଥେଷ୍ଟ ଲୋକ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହାପରେ ସଂପ୍ରସାରଣ କରାଯିବ। ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମ ପରି ଓଡ଼ିଶାରେ ମଧ୍ୟ ଡ୍ରାଏ ରନ୍‌ ହେବ ବୋଲି ଡିଏମ୍‌ଇଟି କହିଛନ୍ତି।

Advertisment