/odisha-reporter/media/post_attachments/uploads/2020/07/90-3.jpg)
odisha secretariat
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ଅର୍ଥ, ପଞ୍ଚାୟତିରାଜ, ପର୍ଯ୍ୟଟନ ଏବଂ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବମାନେ ବଦଳିଛନ୍ତି।
Advertisment
ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। ସେହିପରି ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ଥିବା ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସଚିବ କରାଯାଇଛି।
ପଞ୍ଚାୟତିରାଜ ସଚିବ ଥିବା ଡି.କେ ସିଂହଙ୍କୁ ଖଣି ଓ ଇସ୍ପାତ ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି। ଖଣି ସଚିବ ଥିବା ସୁରେନ୍ଦ୍ର କୁମାର ହୋଇଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ। ଏହା ସହିତ ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି।
Advertisment
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଆର୍. ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବସେବାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
