Advertisment

ଆସିଲା ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ୍, ଆଉ ରହିବନି ୱିକ୍ଏଣ୍ଡ ଶଟଡାଉନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‌ଆସିଲା ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ୍। ଏହି ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍‌ରେ ୩୦ ଯାଏ ଲକଡାଉନ୍। ତେବେ ରାଜ୍ୟରେ ଲାଗୁ ହେଉଥିବା ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଶଟଡାଉନ୍ ଆଉ ଲାଗୁ ହେବନି। ଏହି ସମୟରେ ସାମାଜିକ, ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ। ଯେକେହି ଜିଲ୍ଲା ବା ସବଡିଭିଜିନ୍‌ ସ୍ତରରେ ଆଉ ଲକଡାଉନ୍ କରିପାରିବେ ନାହିଁ। ସ୍ଥାନୀୟ କର୍ତ୍ତୁପକ୍ଷ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିପାରିବେ ବୋଲି ଏଥିରେ କୁହାଯାଇଛି। […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ଆସିଲା ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ୍, ଆଉ ରହିବନି ୱିକ୍ଏଣ୍ଡ ଶଟଡାଉନ୍

lll

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‌ଆସିଲା ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ୍। ଏହି ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍‌ରେ ୩୦ ଯାଏ ଲକଡାଉନ୍। ତେବେ ରାଜ୍ୟରେ ଲାଗୁ ହେଉଥିବା ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଶଟଡାଉନ୍ ଆଉ ଲାଗୁ ହେବନି। ଏହି ସମୟରେ ସାମାଜିକ, ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ।

Advertisment

ଯେକେହି ଜିଲ୍ଲା ବା ସବଡିଭିଜିନ୍‌ ସ୍ତରରେ ଆଉ ଲକଡାଉନ୍ କରିପାରିବେ ନାହିଁ। ସ୍ଥାନୀୟ କର୍ତ୍ତୁପକ୍ଷ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିପାରିବେ ବୋଲି ଏଥିରେ କୁହାଯାଇଛି। କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ୍ ଡାଉନ୍।

ସେପ୍ଟେମ୍ବର ୩୦ ଯାଏ ଧାର୍ମିକ ସ୍ଥଳକୁ ସାଧାରଣ ପ୍ରବେଶ ବନ୍ଦ ରହିବ। ଏହି ସମୟରେ ଧାର୍ମିକ କାର୍ଯ୍ୟକ୍ରମ ଏବଂ ବଡ଼ ସମାବେଶ ବନ୍ଦ ରହିବ। ପୂଜାଛୁଟି ଯାଏ ବନ୍ଦ ରହିବ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ। ଅନଲାଇନ ପାଠପଢ଼ା ଚାଲୁ ରହିବ ଏବଂ ଡିଷ୍ଟାନ୍ସ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ। ସ୍କୁଲକୁ ୫୦% ଶିକ୍ଷକ ଓ କର୍ମଚାରୀ ଆସିବାକୁ ଅନୁମତି ଦିଆଯାଇଛି।

Advertisment
COVID Guideline