Advertisment

୧୧ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଛତିଶଗଡ଼ରୁ ଅଧିକ ମାତ୍ରାରେ ବନ୍ୟା ଜଳ ଆସିଥିବାରୁ ରାଜ୍ୟର ୧୧ଟି ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ଦେଖାଦେଇଛି।ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ୩ଟି ଏନଡିଆରଏଫ୍ ଓ ୨ଟି ଓଡ୍ରାଫ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଛି। ୧୯୮ଟି ବୋଟ୍ ଓ ୪୭୪ଟି ଆଶ୍ରୟ କେନ୍ଦ୍ରକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପରେ […]

author-image
Sampad Mahapatra
୧୧ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା

flood1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଛତିଶଗଡ଼ରୁ ଅଧିକ ମାତ୍ରାରେ ବନ୍ୟା ଜଳ ଆସିଥିବାରୁ ରାଜ୍ୟର ୧୧ଟି ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ଦେଖାଦେଇଛି।ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ୩ଟି ଏନଡିଆରଏଫ୍ ଓ ୨ଟି ଓଡ୍ରାଫ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଛି। ୧୯୮ଟି ବୋଟ୍ ଓ ୪୭୪ଟି ଆଶ୍ରୟ କେନ୍ଦ୍ରକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
Advertisment
ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପରେ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏବଂ ବରିଷ୍ଠ ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ କରିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଛତିଶଗଡ଼ରୁ ଅତ୍ୟଧିକ ବନ୍ୟା ଜଳ ଆସିବାରୁ ମହାନଦୀର ୨୫ଟି ଗେଟ୍ ଖୋଲାଯାଇଛି।
ହୀରାକୁଦର ବିଭିନ୍ନ ନିମ୍ନ ଅବବାହିକାରେ ବିଭିନ୍ନ ନଦୀର ଜଳ ମିଶିଥିବାରୁ ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳୀରେ ୮.୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ।ଏହାଦ୍ୱାରା ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ, ନୟାଗଡ଼, ଅନୁଗୁଳ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଯାଜପୁର ଆଦି ୧୧ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି।
Advertisment
ଦୁର୍ବଳ ଓ ବିପଦସଙ୍କୁଳ ନଦୀବନ୍ଧର ସୁରକ୍ଷା, ତଳୁଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର,ଖାଦ୍ୟ, ପାନୀୟ ଜଳ, ଔଷଧ ଆଦି ବିଭିନ୍ନ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି।