Advertisment

ପୂଜା ଛୁଟି ବାତିଲ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଚିବାଳୟ ଓ ବିଭାଗୀୟ ମୁଖ୍ୟ ଦପ୍ତର(ଏଚଓଡି)ର ସମସ୍ତ ଅଫିସରଙ୍କ ପୂଜା ଛୁଟି ବାତିଲ କରିଛନ୍ତି।ଏପରିକି ଯେଉଁ ଅଫିସରମାନଙ୍କୁ ପୂଜା ଛୁଟିରେ ଯିବା ପାଇଁ ସରକାର ଅନୁମୋଦନ ଦେଇଥିଲେ ତାକୁ ମଧ୍ୟ ରଦ୍ଦ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏକେକେ ମୀନା ଆଜି ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ ତିତଲି କ୍ଷୟକ୍ଷତି […]

author-image
Sampad Mahapatra
ଅଦ୍ୟତନ ହୋଇଛି
୨୦୧୭ରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଥିଲା ଶାନ୍ତିପୂର୍ଣ୍ଣ: ଶ୍ୱେତପତ୍ର ଜାରି କରି ଜଣାଇଲା ଗୃହ ବିଭାଗ

Odisha-Secretariat-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଚିବାଳୟ ଓ ବିଭାଗୀୟ ମୁଖ୍ୟ ଦପ୍ତର(ଏଚଓଡି)ର ସମସ୍ତ ଅଫିସରଙ୍କ ପୂଜା ଛୁଟି ବାତିଲ କରିଛନ୍ତି।ଏପରିକି ଯେଉଁ ଅଫିସରମାନଙ୍କୁ ପୂଜା ଛୁଟିରେ ଯିବା ପାଇଁ ସରକାର ଅନୁମୋଦନ ଦେଇଥିଲେ ତାକୁ ମଧ୍ୟ ରଦ୍ଦ କରାଯାଇଛି।

Advertisment

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏକେକେ ମୀନା ଆଜି ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ ତିତଲି କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କଠୁ ଆରମ୍ଭ କରି ସଚିବ ପାହ୍ୟାର ସମସ୍ତ ଅଫିସର ଏବଂ ବିଭାଗୀୟ ମୁଖ୍ୟ ଦପ୍ତରର ସମସ୍ତ ଅଫିସରଙ୍କ ଛୁଟିକୁ ବାତିଲ କରିଛନ୍ତି। ସରକାରୀ କାର୍ଯ୍ୟ ଯେଭଳି ବ୍ୟାଘାତ ନହେବ ସେଥିପାଇଁ ରୋଷ୍ଟର ଡ୍ୟୁଟିର ବ୍ୟବସ୍ଥା କରିବା ନିମନ୍ତେ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି।