ସ୍ମାର୍ଟ କ୍ଲାସରୁମ୍ : ଉତ୍କଳ ବିଶ୍ୱବିଦ୍ୟାଳୟକୁ ପାଣ୍ଠି ଦେବାକୁ ମନାକଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏବେ ହାଇସ୍କୁଲସ୍ତରରେ ସ୍ମାର୍ଟ କ୍ଲାସରୁମ୍ ସ୍ଥାପନ କରି ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା ଜାରି ରଖିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ମାର୍ଟକ୍ଲାସ ରୁମ୍ ସ୍ଥାପନ ନିମନ୍ତେ ଆବଶ୍ୟକ ପାଣ୍ଠି ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି । ସ୍ମାର୍ଟ କ୍ଲାସରୁମ୍ ନାଁରେ ଏଭଳି ସୁବିଧାସୁଯୋଗ ସୃଷ୍ଟି ପାଇଁ ଟଙ୍କା ଖର୍ଚ୍ଚ କରନି, ଯାହାକି ପାଠପଢ଼ା ପ୍ରକ୍ରିୟାରେ ଅଧିକ ଉପଯୋଗ ହୋଇପାରିବ ନାହିଁ ବୋଲି ସରକାର ତାଗିଦ୍ କରିଛନ୍ତି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ […]

UU

UU

Ordigital Desk
  • Published: Tuesday, 28 June 2022
  • Updated: 29 June 2022, 05:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏବେ ହାଇସ୍କୁଲସ୍ତରରେ ସ୍ମାର୍ଟ କ୍ଲାସରୁମ୍ ସ୍ଥାପନ କରି ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା ଜାରି ରଖିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ମାର୍ଟକ୍ଲାସ ରୁମ୍ ସ୍ଥାପନ ନିମନ୍ତେ ଆବଶ୍ୟକ ପାଣ୍ଠି ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି । ସ୍ମାର୍ଟ କ୍ଲାସରୁମ୍ ନାଁରେ ଏଭଳି ସୁବିଧାସୁଯୋଗ ସୃଷ୍ଟି ପାଇଁ ଟଙ୍କା ଖର୍ଚ୍ଚ କରନି, ଯାହାକି ପାଠପଢ଼ା ପ୍ରକ୍ରିୟାରେ ଅଧିକ ଉପଯୋଗ ହୋଇପାରିବ ନାହିଁ ବୋଲି ସରକାର ତାଗିଦ୍ କରିଛନ୍ତି ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକରା ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ସ୍ମାର୍ଟକ୍ଲାସ ରୁମ୍ ସ୍ଥାପନ ଓ ଏହା ପାଇଁ ଆବଶ୍ୟକ ଉପକରଣ କ୍ରୟ କରିବା ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବ୍ୟାପାର କହି ପାଣ୍ଠି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପାଖରେ ବହୁ ପରିମାଣର ଅର୍ଥ ସଂଚିତ ହୋଇ ରହିଥିବାରୁ ସେହି ପାଣ୍ଠିରୁ ସ୍ମାର୍ଟ କ୍ଲାସ ବାବଦ ବ୍ୟୟ କରାଯିବା ଉଚିତ୍ । ଏଥିପାଇଁ ରାଜ୍ୟ ସରକାର କୌଣସି ପାଣ୍ଠି ଦେଇପାରିବେ ନାହିଁ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

ଏହାସହିିତ ବିଭାଗ କହିଛି ଯେ, ସ୍ମାର୍ଟକ୍ଲାସ ରୁମ୍ ସ୍ଥାପନ କରିବାରେ ଯେହେତୁ ଅଧିକ ଅର୍ଥ ବ୍ୟୟ ହେବ, ତେଣୁ ଅନାବଶ୍ୟକ ଖର୍ଚ୍ଚରୁ ବିରତ ରହିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁୁ ସରକାର ପରାମର୍ଶ ଦେଇଛନ୍ତି । ଆଉ ସ୍ମାର୍ଟକ୍ଲାସ ରୁମ୍ ସ୍ଥାପନ ଆଳରେ ଏଭଳି ସୁବିଧା ଓ ପ୍ରାବଧାନ ସୃଷ୍ଟି ନିମନ୍ତେ ଅର୍ଥ ବ୍ୟୟ କରାଯିବା ଅନୁଚିତ୍ ଯାହାକି ଶିକ୍ଷାଦାନ ପ୍ରକ୍ରିୟାରେ ବିଶେଷ ଉପଯୋଗ ନହେବ ବୋଲି ବିଭାଗ କହିଛି ।

ଉଲ୍ଲେଖଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଗତ ଏପ୍ରିଲ ୨୨ ତାରିଖରେ ସ୍ମାର୍ଟକ୍ଲାସ ରୁମ୍ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।
ରାଜ୍ୟରେ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ଜୋରଦାର ଢଙ୍ଗରେ ଜାରି ରହିଥିବାବେଳେ ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ରୋକଠୋକ୍ ନାସ୍ତିବାଣୀ ଶୁଣାଇବା ଓ ଏନେଇ ଅନାବଶ୍ୟକ ଖର୍ଚ୍ଚରୁ ବିରତ ରହିବାକୁ ତାଗିଦ୍ କରିବା ବୁଦ୍ଧିଜୀବୀ ମହଲରେ ଉଦବେଗର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story