Advertisment

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାପ ଓ ଧମକ ସତ୍ୱେ ‘ନବନିର୍ମାଣ କୃଷକ ସଂଗଠନ’ ପକ୍ଷରୁ ଆସନ୍ତାକାଲି ‘ଓଡ଼ିଶା ବନ୍ଦ’ ଡାକରା ଦେଇଥିବାରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ‘ପ୍ରାଇସ-ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ବନ୍ଦ ଡାକରା ଦେଇଛି। […]

ଅଦ୍ୟତନ ହୋଇଛି
‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

9

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାପ ଓ ଧମକ ସତ୍ୱେ ‘ନବନିର୍ମାଣ କୃଷକ ସଂଗଠନ’ ପକ୍ଷରୁ ଆସନ୍ତାକାଲି ‘ଓଡ଼ିଶା ବନ୍ଦ’ ଡାକରା ଦେଇଥିବାରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ‘ପ୍ରାଇସ-ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ବନ୍ଦ ଡାକରା ଦେଇଛି। ସେମାନେ ଗାଡ଼ି ମୋଟର ଯାତାୟତ, ଟ୍ରେନ୍‌ ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ସରକାରୀ ଅଫିସ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ଆଗରେ ପିକେଟିଂ କରିବାର ଆଶଙ୍କା ରହିଛି। ତେଣୁ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବାକୁ ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe