Advertisment

ଚିଟଫଣ୍ଡ ଭୁଲିଗଲେ, ରିଏଲ ଇଷ୍ଟେଟ୍ ଠକେଇ ଶିକାର ବ୍ୟକ୍ତିଙ୍କଠୁ ମାଗିଲେ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ଏକ ଦଶନ୍ଧି ଧରି ଚିଟଫଣ୍ଡର ଶିକାର ହୋଇଥିବା ଲକ୍ଷ ଲକ୍ଷ ଜମାକାରୀ ଏପର୍ଯ୍ୟନ୍ତ ନିଜର କଷ୍ଟଲବ୍ଧ ଅର୍ଥ ଫେରି ପାଇନଥିବାବେଳେ ରାଜ୍ୟ ସରକାର ଏବେ ରିଏଲ ଇଷ୍ଟେଟ୍ କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କଠୁ ଅନଲାଇନରେ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ମଧ୍ୟ ଆଜି ଲୋକାର୍ପଣ ହୋଇଛି। ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ରାଜ୍ୟ ସରକାରଙ୍କ ଏକ […]

ଅଦ୍ୟତନ ହୋଇଛି
ଚିଟଫଣ୍ଡ ଭୁଲିଗଲେ, ରିଏଲ ଇଷ୍ଟେଟ୍ ଠକେଇ ଶିକାର ବ୍ୟକ୍ତିଙ୍କଠୁ ମାଗିଲେ ଅଭିଯୋଗ

real-estate

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ଏକ ଦଶନ୍ଧି ଧରି ଚିଟଫଣ୍ଡର ଶିକାର ହୋଇଥିବା ଲକ୍ଷ ଲକ୍ଷ ଜମାକାରୀ ଏପର୍ଯ୍ୟନ୍ତ ନିଜର କଷ୍ଟଲବ୍ଧ ଅର୍ଥ ଫେରି ପାଇନଥିବାବେଳେ ରାଜ୍ୟ ସରକାର ଏବେ ରିଏଲ ଇଷ୍ଟେଟ୍ କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କଠୁ ଅନଲାଇନରେ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ମଧ୍ୟ ଆଜି ଲୋକାର୍ପଣ ହୋଇଛି।

Advertisment

ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ରାଜ୍ୟ ସରକାରଙ୍କ ଏକ ନୂଆ ୱେବସାଇଟ୍ www.opid.odisha.gov.in କୁ ଲୋକାର୍ପଣ କରିଛନ୍ତି। ରିଏଲ୍ ଇଷ୍ଟେଟ୍ କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ୱେବସାଇଟ୍ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ ଓ ସେମାନଙ୍କୁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ ।

ଏହି ୱେବସାଇଟ୍ ମାଧ୍ୟମରେ ପ୍ରକୃତ ଜମାକାରୀ ଓ ସେମାନଙ୍କର ପ୍ରକୃତ ଦାବିକୁ ଯାଂଚ କରାଯିବ। କରୋନା ମହାମାରୀ ସମୟରେ ଫାଇଭ-ଟି ଅନ୍ତର୍ଗତ ଏହି ସୁବିଧା ବେଶ୍ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ୱେବସାଇଟ୍ ମାଧ୍ୟମରେ ଅଭିଯୋଗକାରୀ ବା ପ୍ରକୃତ ଜମାକାରୀକୁ ପାରଦର୍ଶୀ ଢଙ୍ଗରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଜର ଅର୍ଥ ମିଳିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment

ଏବେ ଏହି ୱେବସାଇଟ୍ ମାଧ୍ୟମରେ ହାଇଟେକ୍ ଇଷ୍ଟେଟ୍ ଆଣ୍ଡ ପ୍ରମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମେସର୍ସ ରାଜଧାନୀ ସିଷ୍ଟମ ଆଣ୍ଡ ଇଷ୍ଟେଟ୍ ପ୍ରାଃ ଲିଃ କମ୍ପାନୀ ଦ୍ୱାରା ଠିକାମିର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ନିଜସ୍ୱ ଜମା ଅର୍ଥ ଫେରି ପାଇବା ପାଇଁ ଏହି ଅଭିଯୋଗ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହି ଦୁଇ ରିଏଲ ଇଷ୍ଟେଟ୍ କମ୍ପାନୀ ଦ୍ୱାରା କଲ୍ୟାଣ ବିହାର, ଫେଜ୍‌-୨, ଭାଗ୍ୟ ନଗର, କୁଞ୍ଜ ବିହାର, ପୁଷ୍ପାଞ୍ଜଳି ଏନକ୍ଲେଭରେ ଜମି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇ ଅର୍ଥ ନିଆଯାଇଥିଲା । କିନ୍ତୁ ଜମାକାରୀଙ୍କୁ ଜମି କିମ୍ବା ସେମାନଙ୍କ ଅର୍ଥ ମିଳିଲା ନାହିଁ।

ଏନେଇ କଟକଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବାଦପତ୍ରରେ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇଥିଲା। ଏବେ ସରକାର ଏଭଳି ବେଆଇନ ଭାବେ ଜମା ନେଉଥିବା ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ଠକାମିର ଶିକାର ହେଉଥିବା ବ୍ୟକ୍ତି ଏହି ୱେବସାଇଟ୍ ମାଧ୍ୟମରେ ଆବେଦନ କରିବେ ବୋଲି କୁହାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶରେ ଉକ୍ତ ଠକ କମ୍ପାନୀର ସମ୍ପତ୍ତିକୁ ସରକାର ବ୍ୟାଜାପ୍ତ କରି ଏହି ଅର୍ଥ ଫେରସ୍ତ କରାଇବେ।

ସୂଚନାଯୋଗ୍ୟ, ରାଜ୍ୟରେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରାୟ ୨୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଅର୍ଥ ହଡ଼ପ କରାଯାଇଥିଲେ ମଧ୍ୟ ସେଥିରୁ କିଛି ହାତଗଣତି ଜମାକାରୀ ନିଜର ଅର୍ଥ ଫେରି ପାଇଛନ୍ତି । ଅନ୍ୟମାନେ ଏବେବି ସେମାନଙ୍କର କଷ୍ଟଲବ୍ଧ ଜମା ଅର୍ଥ ଫେରି ପାଇବେ କି ନାହିଁ ତାକୁ ନେଇ ଅନିଶ୍ଚିତତାରେ ଥିବାବେଳେ ସରକାର ସେମାନଙ୍କ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଅଭିଯୋଗ ହୋଇଛନ୍ତି।

Real Estate Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe