Advertisment

୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଆଉ ୩ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ତେବେ ଗତକାଲି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର।  ଏହାବ୍ୟତୀତ  ଯାଜପୁରରୁ ଚିହ୍ନଟ ହୋଇଥିବା ନୂଆ ୩ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି ସରକାର। ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ […]

ଅଦ୍ୟତନ ହୋଇଛି
ଆଉ ୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେମାନେ କେଉଁ ଜିଲ୍ଲାରେ ପଢ଼ନ୍ତୁ

corona-000

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଆଉ ୩ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ତେବେ ଗତକାଲି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର।  ଏହାବ୍ୟତୀତ  ଯାଜପୁରରୁ ଚିହ୍ନଟ ହୋଇଥିବା ନୂଆ ୩ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି ସରକାର।

Advertisment

ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଓ ୫୬ ବର୍ଷର ୨ ପୁରୁଷ  ଥିବା ବେଳେ ଜଣେ ୧୮ ବର୍ଷର ଯୁବତୀ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ବର୍ଷୀୟ ବୃଦ୍ଧ କୋଲକାତା ଫେରନ୍ତା ବୋଲି ଜଣାଯାଇଛି। ତାଙ୍କର କୌଣସି ଲକ୍ଷଣ ନ ଥିଲା। କ୍ୱାରେଣ୍ଟିନ୍‌ରେ ଥିଲେ। ୧୮ ବର୍ଷର ଯୁବତୀ ଓ ୫୬ ବର୍ଷର ବୃଦ୍ଧ ଯାଜପୁର କଟିକଟା କଣ୍ଟେନମେଣ୍ଟ ଅଞ୍ଚଳର। ଦୁହେଁ ପୂର୍ବ ପଶ୍ଚିମବଙ୍ଗ ଫେରନ୍ତା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ।

ଏହାବ୍ୟତୀତ ଗତକାଲି  ଭୁବନେଶ୍ୱର ମଧୁସୂଦନ ନଗରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅନ୍ୟ ୩ ଜଣ ଆକ୍ରାନ୍ତ କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ସେମାନେ କୋଲକାତାରୁ ଫେରିଥିବା ଜଣାଯାଇଛି।

Advertisment

୧୧୯ ନମ୍ୱର ଆକ୍ରାନ୍ତ ହେଉଛନ୍ତି ୧୮ ବର୍ଷୀୟା ଯୁବତୀ। ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବ୍ଲକ ବୁଡ଼ିଜାମ୍ ଗାଁରେ। ସେ କୋଲକାତାର ବଡ଼ବଜାର ଗସ୍ତ କରିଥିଲେ। ଏହାସହ ସେ କିଛି ଯାତ୍ରୀଙ୍କ ସହ ଏକ ଭଡ଼ା ଗାଡ଼ିରେ ଘରକୁ ଫେରିଥିଲେ। ଏପ୍ରିଲରୁ ୨୩ରୁ ୨୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ଥିଲେ। ୨୯ରେ ପଜିଟିଭ୍ ସ୍ପଷ୍ଟ ହେବା ପରେ ରାଉରକେଲା ହାଇଟେକ୍ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ସେହିପରି ୧୨୦ ନଂ ଆକ୍ରାନ୍ତ ଭୁବନେଶ୍ୱରସ୍ଥିତ ମଧୁସୂଦନ ନଗରର। ସେ ପୂର୍ବରୁ ଚିହ୍ନଟ ହୋଇଥିବା ୪୧ ନଂ ପଜିଟିଭଙ୍କ ନିକଟ ସଂପର୍କୀୟ। ତାଙ୍କ ବୟସ ୭୭ ବର୍ଷ। ସେ ୨୨ ମାର୍ଚ୍ଚରୁ ଲକ୍‌ଡାଉନରେ ଘରେ ଥିଲେ। ଗତ ୭ରେ ତାଙ୍କ ପରିବାରର ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୯ ତାରିଖରେ ୧୨୦ ନଂ ଆକ୍ରାନ୍ତଙ୍କ ସାମ୍ପଲ୍ ପରୀକ୍ଷା ନେଗେଟିଭ୍ ଆସିଥିଲା। ଏପ୍ରିଲ୍‌ ୨୮ରେ ତାଙ୍କର ନମୂନା ପଜିଟିଭ୍ ଆସିବାରୁ ଭୁବନେଶ୍ୱର କିମ୍ସରେ ଭର୍ତ୍ତି ହୋଇଥିଲେ।

୧୨୧ ନଂ ଆକ୍ରାନ୍ତ କେନ୍ଦୁଝର ପଞ୍ଚୁପାଲିର ୬୦ ବର୍ଷୀୟ ଜଣେ ବୃଦ୍ଧ। ସେ  କୋଲକାତା ବଡ଼ବଜାରରୁ ୮ ଯାତ୍ରୀଙ୍କ ସହ ଏକ ଗାଡ଼ିରେ ମାର୍ଚ୍ଚ ୨୮ ତାରିଖରେ ବାହାରି ୨୯ରେ ଘରକୁ ଫେରିଥିଲେ। ୩୧ ମାର୍ଚ୍ଚରୁ ୨୯ ଏପ୍ରିଲ ଯାଏ ବିଭିନ୍ନ ସ୍ଥାନ ବୁଲିଥିଲେ ଓ ବଜାର ମଧ୍ୟ ଯାଇଥିଲେ। ୨୯ ଏପ୍ରିଲରେ ପଜିଟିଭ୍ ସ୍ପଷ୍ଟ ପରେ କଟକ ଅଶ୍ୱିନୀରେ ଭର୍ତ୍ତି ହୋଇଥିଲେ।

୧୨୨ ନଂ ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁର ସୁଗୁଡ଼ାର ୩୪ ବର୍ଷୀୟ ଯୁବକ। ସେ ଏପ୍ରିଲ ୨୫ରୁ  କୋଲକାତାରୁ ଟ୍ରକ୍‌ରେ ରେଢ଼ାଖୋଲ ଫେରିଥିଲେ। ଏହାପରେ ସେଠାରୁ ଚାଲି ଚାଲି ଘରକୁ ଯାଇ ୨୬ ତାରିଖରେ ପହଞ୍ଚିଥିଲେ। ଦେବଗଡ଼ ଡିଏଚ୍ଏଚ୍‌କୁ ପରୀକ୍ଷା ପାଇଁ ଜଣାଇବା ପରେ ୨୭ରେ ତାଙ୍କ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ୨୯ରେ ନମୂନା ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍‌ରେ ଭର୍ତ୍ତି କରାଯାଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe