ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର । ଏହା ଆଜିଠାରୁ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଲେଖାଏଁ କମିଛି ଭାଟ୍ । ବର୍ତ୍ତମାନ ପେଟ୍ରୋଲରୁ ୨୮ ପ୍ରତିଶତ, ଡିଜେଲରୁ ୨୪ ପ୍ରତିଶତ ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରେ ୩୨% ଓ ଡିଜେଲରେ ୨୮% ଭାଟ ଲାଗୁଥିଲା । ସଂଶୋଧିତ ଭାଟ୍ ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୪ ପଇସା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୮୬ ପଇସା କମିବ ।
ଏହି ଆଧାରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୦ ପଇସା ଏବଂ ଡିଜେଲ ଲିଟର ପିଛା ୯୧ ଟଙ୍କା ୬୩ ପଇସାରେ ପହଞ୍ଚିଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ୧୦୭ ଟଙ୍କା ୫୫ ପଇସା ଓ ଡିଜେଲ୍ ୯୭ ଟଙ୍କା ୧୭ ପଇସାରେ ପହଞ୍ଚିଛି । ଆଗରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ କମ୍ କରିବା ଫଳରେ ପେଟ୍ରୋଲ ଓ ଡିଜେଲ ଦାମ କମିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଓଡ଼ିଶାରେ ବଢ଼ିଚାଲିଛି ଏଚଆଇଭି ସଂକ୍ରମିତ: ଚିହ୍ନଟ ହେଲେଣି ୬୩୭୪୨ଜଣ
ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ରାଜ୍ୟରେ ମୋଟ ୨୦ଟି ଏଆରଟି କେନ୍ଦ୍ର, ୧୭ଟି ଲିଙ୍କ୍ ଏଆରଟି ଓ ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି।

Miscellaneous
କାହା ସୁରକ୍ଷାରେ ରାଜା ଚକ୍ର: ସନ୍ଦେହରେ କ୍ରାଇମବ୍ରାଂଚ, କାହିଁକି ଥମିଗଲା ତଦନ୍ତ?
ରାଜାଙ୍କୁ ଗିରଫ ପରେ ରାଜ୍ୟ କ୍ରାଇମବ୍ରାଂଚ ଡିଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର କଳା ସାମ୍ରାଜ୍ୟର ଚିଠା ଦେଲେ। କିନ୍ତୁ କ୍ରାଇମବ୍ରାଂଚ ରାଜାଙ୍କୁ ରିମାଣ୍ଡରେ ଆଣିଲା ନାହିଁ କିମ୍ବା ରାଜାଙ୍କ ପକ୍ଷରୁ ତାଙ୍କର ଜାମିନ ପାଇଁ ମଧ୍ୟ ଆବେଦନ ହେଲାନାହିଁ ।

Miscellaneous
ହୋଲଡିଂ ଟ୍ୟାକ୍ସ: କୁଆଡ଼େ ଗଲା ବିଏମସିର ସଂଶୋଧିତ ତାଲିକା ?
ମାର୍ଚ୍ଚ ୧୨ ତାରିଖରେ ଏକ ପ୍ରେସ ମିଟରେ ମଧ୍ୟ ବିଏମସି ମେୟର ସୁଲୋଚନା ଦାସ ବିଏମସିର ତ୍ରୁଟିକୁ ସ୍ୱୀକାର କରିଥିଲେ।

Guest Column
‘ବ’ରେ ବିକାଶ, ‘ବ’ରେ ବିସ୍ଥାପନ, ‘ବ’ରେ ବିରୋଧ
ସ୍କୁଲ ବହିରେ କଲମକୁ ଦେଖି ‘କ’ ଓ ଖାତାର ଚିତ୍ରକୁ ଦେଖି ‘ଖ’ ଅକ୍ଷର ପଢ଼ିଲା ଭଳି ବିକାଶର ଚିତ୍ରକୁ ଦେଖି ‘ବ’ ଅକ୍ଷର ପାଠ୍ୟ ପୁସ୍ତକରେ ରହୁଛି। ବିକାଶର ଚିତ୍ର କହିଲେ କେଉଁଠି କାରଖାନା ତ କେଉଁଠି ବୃହତ ନଦୀବନ୍ଧକୁ ସ୍କୁଲ ବହିରେ ଦେଖାଯାଇଥାଏ

Guest Column
ଅନ୍ନ କ୍ଷେତ୍ର ପରିକଳ୍ପନା ଦୂରଦର୍ଶୀ ନୁହେଁ
ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। ଭକ୍ତମାନେ ଯେଭଳି ଆନନ୍ଦରେ ମହାପ୍ରସାଦ ସେବନ କରିପାରିବେ ସେଥିପାଇଁ ଏହି ଅନ୍ନକ୍ଷେତ୍ରରେ ସମସ୍ତ ବ୍ୟବସ୍ଥା କରା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା।