Advertisment

ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର । ଏହା ଆଜିଠାରୁ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଲେଖାଏଁ କମିଛି ଭାଟ୍ । ବର୍ତ୍ତମାନ ପେଟ୍ରୋଲରୁ ୨୮ ପ୍ରତିଶତ, ଡିଜେଲରୁ ୨୪ ପ୍ରତିଶତ ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରେ ୩୨% ଓ ଡିଜେଲରେ ୨୮% ଭାଟ ଲାଗୁଥିଲା  […]

ଅଦ୍ୟତନ ହୋଇଛି
ଭାଟ କମାଇଲେ ରାଜ୍ୟ ସରକାର,  ଲାଗୁ ହେଲା ନୂଆ ଦର

petrol

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର । ଏହା ଆଜିଠାରୁ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment

ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଲେଖାଏଁ କମିଛି ଭାଟ୍ । ବର୍ତ୍ତମାନ ପେଟ୍ରୋଲରୁ ୨୮ ପ୍ରତିଶତ, ଡିଜେଲରୁ ୨୪ ପ୍ରତିଶତ ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରେ ୩୨% ଓ ଡିଜେଲରେ ୨୮% ଭାଟ ଲାଗୁଥିଲା  । ସଂଶୋଧିତ ଭାଟ୍ ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୪ ପଇସା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୮୬ ପଇସା କମିବ ।

ଏହି ଆଧାରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୦ ପଇସା ଏବଂ ଡିଜେଲ ଲିଟର ପିଛା ୯୧ ଟଙ୍କା ୬୩ ପଇସାରେ ପହଞ୍ଚିଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ୧୦୭ ଟଙ୍କା ୫୫ ପଇସା ଓ ଡିଜେଲ୍ ୯୭ ଟଙ୍କା ୧୭ ପଇସାରେ ପହଞ୍ଚିଛି । ଆଗରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ କମ୍ କରିବା ଫଳରେ ପେଟ୍ରୋଲ ଓ ଡିଜେଲ ଦାମ କମିଛି ।

Advertisment
Petrol Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe