ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସୁପ୍ରିମକୋର୍ଟରେ କ୍ୟାଭିଟ୍ ଫାଇଲ୍ ପାଇଁ ସରକାରଙ୍କ ସଜବାଜ

କଟକ(ଓଡ଼ିଶା ରିପୋର୍ଟର) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଥମୁନି ବିବାଦ। ଏହି ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ସୁପ୍ରିମକୋର୍ଟରେ କ୍ୟାଭିଟ୍ ଫାଇଲ୍ ପାଇଁ ସଜବାଜ ହେଉଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷ ନ ଶୁଣି ଏହି ପ୍ରସଙ୍ଗରେ ଯେଭଳି କୌଣସି ନିଷ୍ପତ୍ତି ନିଆ ନଯାଏ ସେଥିପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କ୍ୟାଭିଟ୍ ଫାଇଲ୍ କରିବାକୁ ସ୍ୱତନ୍ତ୍ର ଓକିଲ ନିଯୁକ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ଓକିଲ ଗୌରବ ଖାନ୍ନାଙ୍କୁ […]

puri

puri

Niharika Rout
  • Published: Monday, 16 May 2022
  • Updated: 16 May 2022, 01:22 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଥମୁନି ବିବାଦ। ଏହି ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ସୁପ୍ରିମକୋର୍ଟରେ କ୍ୟାଭିଟ୍ ଫାଇଲ୍ ପାଇଁ ସଜବାଜ ହେଉଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷ ନ ଶୁଣି ଏହି ପ୍ରସଙ୍ଗରେ ଯେଭଳି କୌଣସି ନିଷ୍ପତ୍ତି ନିଆ ନଯାଏ ସେଥିପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କ୍ୟାଭିଟ୍ ଫାଇଲ୍ କରିବାକୁ ସ୍ୱତନ୍ତ୍ର ଓକିଲ ନିଯୁକ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ଓକିଲ ଗୌରବ ଖାନ୍ନାଙ୍କୁ ଆଡଭୋକେଟ ଅନ୍ ରେକର୍ଡ ଭାବେ ନିଯୁକ୍ତି ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଆଇନ୍ ବିଭାଗର ପରାମର୍ଶକ୍ରମେ ଗତ ୧୩ ତାରିଖରେ ପୂର୍ତ୍ତବିଭାଗର ଅତିରିକ୍ତ ସଚିବ, ଓବିସିସିର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖି ସୁପ୍ରିମକୋର୍ଟରେ ଆଡଭୋକେଟ୍ ଅନ୍ ରେକର୍ଡ ଗୌରବ ଖାନ୍ନାଙ୍କୁ ଯୋଗାଯୋଗ କରି କାଭିଟ୍ ଫାଇଲ୍ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ଏହା ପରେ କାଭିଟ୍ ଫାଇଲ୍ ପାଇଁ ଗୋରବ ଖାନ୍ନାଙ୍କୁ ନିଯୁକ୍ତି ଦିଆଯାଇଛି।

ହାଇକୋର୍ଟରେ ଏନେଇ ମାମଲା ଜାରି ରହିଛି ଥିବା ସ୍ଥଗିତାଦେଶ ପାଇଁ ମଧ୍ୟ ଆବେଦନ ହୋଇଛି। ହେଲେ ଏନେଇ କିଛି ରାୟ ଶୁଣାଇ ନାହାନ୍ତି ହାଇକୋର୍ଟ। ଏପରିସ୍ଥିତିରେ ଆବେଦନକାରୀ ସୁପ୍ରିମକୋର୍ଟ ଯିବାର ଆଶଙ୍କା ଥିବାରୁ, ରାଜ୍ୟ ସରକାର କାଭିଟ୍ ଫାଇଲ୍ ପାଇଁ ଆବେଦନ କରିଛନ୍ତି।

କ୍ୟାଭିଟ ଫାଇଲ୍‌ କରିବା ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷ ନ ଶୁଣି ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନେବେନି। ଏଥିନିମନ୍ତେ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଦେବେ, ଜବାବ ଦାଖଲ କରିବାକୁ ସମୟ ଦେବେ। ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି ନ କଲେ ଏହା ମଧ୍ୟରେ ରାଜ୍ୟ ସରକାର କାମକୁ ଆଗେଇ ନେବେ। ଏହାପରେ ନିର୍ମାଣ କାର୍ଯ୍ୟ ପ୍ରକଳ୍ପ ଶେଷ କରିବାକୁ ଦୃଢ ଯୁକ୍ତି ଉପସ୍ଥାପନ କରିପାରିବେ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ।

ଅପରପକ୍ଷେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଉଠିଛି ନୂଆ ଅଭିଯୋଗ। ଜିପିଆର(ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ) ନ କରି କିପରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କାମ କରାଯାଉଛି ତାକୁ ନେଇ ବିବାଦ ଦେଖାଦେଇଛି। ଏହାଦ୍ୱାରା ଯେଉଁ ଐତିହ୍ୟ ସ୍ଥଳକୁ ଖନନ କରାଯାଉଛି ସେହି ମାଟି ତଳେ କଣ ଅବଶେଷ ବା କୀର୍ତ୍ତିରାଜି ରହିଛି କି ନାହିଁ ଏହି ଜିପିଆର୍ ସର୍ଭେ କରିବା ଦ୍ୱାରା ହିଁ ଜଣାପଡିଥାଏ। ଯାହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କରାଯାଇନାହିଁ। ଜିପିଆର କେବଳ ଅଭିଜ୍ଞ ସମ୍ପନ୍ନ ସଂସ୍ଥା ହିଁ କରିପାରିବ। ଏଥିନିମନ୍ତେ କେବଳ ASI ହିଁ ଅଧିକୃତ ସଂସ୍ଥା। ତେଣୁ  ଜିପିଆର ନକରି କିପରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କାମ ହେଉଛି ତାକୁ ନେଇ ଦେଖାଦେଲାଣି ବିବାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos