୨୨୫୩ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଆଜି ୨୨୫୩ .୧୫କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମୋଟ ୫୧୬୨ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି । ଆଜି ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୧୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପଗୁଡ଼ିକୁ ନୀତିଗତ ଅନୁମୋଦନ ଦେଇ ସେସବୁର କ୍ଷେତ୍ରସ୍ତରେ କାର୍ଯ୍ୟାନ୍ୱୟନ […]

sachibalaya

sachibalaya

Ordigital Desk
  • Published: Thursday, 04 August 2022
  • Updated: 04 August 2022, 10:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଆଜି ୨୨୫୩ .୧୫କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମୋଟ ୫୧୬୨ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି ।

ଆଜି ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୧୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପଗୁଡ଼ିକୁ ନୀତିଗତ ଅନୁମୋଦନ ଦେଇ ସେସବୁର କ୍ଷେତ୍ରସ୍ତରେ କାର୍ଯ୍ୟାନ୍ୱୟନ ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରକଳ୍ପକୁ ଆଜି ବୈଠକରେ ଅନୁମୋଦନ ମିଳିଛି ସେଥିରେ ଫିଡର୍ସ ଇଲେକ୍ଟ୍ରିକ୍ ଆଣ୍ଡ ଇଞ୍ଜିନିୟରିଂ ଲିଃ କମ୍ପାନୀ ୫୩୩.୨୫କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ଲୁହାପଥର ବେନିଫିକେସନ୍ କାରଖାନା ସ୍ଥାପନ କରିବ ଓ ଏଥିରେ ୧୦୨୯ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ ।

ସେହିପରି ଏନଭିରୋକେୟାର ଇନଫ୍ରାସଲ୍ୟୁସନ୍ ୫୨୦କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ପେଲେଟ୍ ୱିଥ ବେନିଫିକେସନ୍ ପ୍ଲାଂଟ୍ ଓ ଫେରୋଆଲୋଏ କାରଖାନା ସ୍ଥାପନ କରିବ ଏଥିରେ ୬୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଆର୍ଯ୍ୟ ଆଇରନ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ଟଙ୍କା ବ୍ୟୟରେ କେନ୍ଦୁଝରରେ ବିଲେଟ୍ ବା କଲର କୋଟେଡ୍ ଟିଏମଟି କାରଖାନା ସ୍ଥାପନ କରିବ । ଏଥିରେ ୬୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ସିଏମଆର ଇକୋ ଆଲୁମିନିୟମ କମ୍ପାନୀ ସମ୍ବଲପୁରରେ ୧୦୧ କୋଟି ଟଙ୍କା ବ୍ୟୟରେ ଲିକ୍ୟୁଇଡ୍ ଆଲୁମିନିୟମ ଆଲେଏଜ୍ କାରଖାନା ସ୍ଥାପନ କରିବ ଓ ୨୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବ ।

ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍ ଖୋର୍ଦ୍ଧାରେ ୫୦୦କୋଟି ଟଙ୍‌କା ବ୍ୟୟରେ କ୍ଲାଉଡ୍ ହୋଷ୍ଟିଙ୍ଗ୍ ସର୍ଭିସ ସୁବିଧାଯୁକ୍ତ ଡାଟା ସେଂଟର ସ୍ଥାପନ କରିବ ଓ ୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପୁଷ୍ପମ ଟେକ୍ନୋଲୋଜି ଖୋର୍ଦ୍ଧାରେ ୫୦କୋଟି ଟଙ୍କା ବ୍ୟୟରେ ସଫ୍ଟୱେୟାର ଡେଭଲପମେଂଟ ଫାର୍ମ ସ୍ଥାପନ କରିବ ଓ ଏଥିରେ ୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ରାଜ୍ ରାଜେଶ୍ୱର ଲଲିଥା ଗଞ୍ଜାମରେ ୧୫୦କୋଟି ଟଙ୍କା ବ୍ୟୟରେ ହାଇଗ୍ରେଡ୍ ଟିଟାନିୟମ ସ୍ଲାଗ କାରଖାନା ନିର୍ମାଣ କରିବ ଓ ଏଥିରେ ୪୦୦ଜଣଙ୍କୁ ଅତିରିକ୍ତ ନିଯୁକ୍ତି ମିଳିବ । ଭାରତ ଗ୍ୟାସ ରିସୋର୍ସେସ ଲିଃ ଯାଜପୁର ଓ କେନ୍ଦୁଝରରେ ପ୍ରାକୃତିକ ଗ୍ୟାସ ରେଗୁଲେଟିଂ ସିଷ୍ଟମ ୟୁନିଟ୍ ପାଇଁ ୫୦ କୋଟି ଟଙ୍କା ବ୍ୟୟ କରିବ ଓ ୧୧ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅମ୍ରିତଧାରା ନ୍ୟୁଟିଫୁଡ୍ କଟକରେ ୫୯.୪୮କୋଟି ଟଙ୍କା ବ୍ୟୟରେ ଡାଇରୀ ପ୍ରଡକ୍ଟସ୍ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ ଓ ଏଥିରେ ୧୫୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଯାତକ ଜୀବନ ପେଟ୍ରୋକେମିକାଲସ୍ ଢେଙ୍କାନାଳରେ ୬୧.୩୦ କୋଟି ଟଙ୍କା ବ୍ୟୟରେ ଶସ୍ୟଭିତ୍ତିକ ଇଥାନଲ ପ୍ଲାଂଟ୍ ନିର୍ମାଣ କରିବ ଓ ଏଥିରେ ୬୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ବୈଠକରୁ ଜଣାପଡ଼ିଛି ।

ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos